ଡ୍ୟୁଟି କରିବା ସମୟରେ ଅସୁସ୍ଥ ହୋଇପଡ଼ିଲେ ପ୍ରିଜାଇଡିଂ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଡ୍ୟୁଟି କରିବା ସମୟରେ ଅସୁସ୍ଥ ହୋଇପଡ଼ିଲେ ପ୍ରିଜାଇଡିଂ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ତେବେ ମତଦାନ ସମୟରେ ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନୀ ମଣ୍ଡଳୀର ବାହାନଗା ବ୍ଲକର ୫୦ ନମ୍ବର ବୁଥରେ ଜଣେ ମହିଳା ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ନାଁ ସାଗରିକା ନାୟକ। ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।

ସାଗରିକା ଅତ୍ୟଧିକ ଗରମ ସହି ନପାରି ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣାପଡ଼ିଛି। ଡ୍ୟୁଟି କରୁଥିବା ସମୟରେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ।

ସେହିପରି ଜଗତସିଂହପୁରର ବାଲିକୁଦା ଓଚିନ୍ଦା ବୁଥରେ ଜଣେ ପୋଲିଂ ଅଫିସର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ବାଲିକୁଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅତ୍ୟଧିକ ଗରମ ସହି ନପାରି ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି।



from Odisha Reporter http://bit.ly/2vp47fa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages