ବିଜେଡି ଦେଇଛି ୧୩% ମହିଳା ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ବିଜେଡି ଦେଇଛି ୧୩% ମହିଳା ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଲବି କରି ଆସୁଥିଲେ ଏଥର ନିର୍ବାଚନରେ ମହିଳାଙ୍କ ପାଇଁ ୩୬ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ୧୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଛି। ୧୪୬ ଆସନ ମଧ୍ୟରୁ ଦଳ ୧୨୭ ଆସନରେ ପୁରୁଷ ଓ ୧୯ ଆସନରେ ମହିଳା ପ୍ରାର୍ଥୀ ଦେଇଛି।

କଂଗ୍ରେସ ୯ % ମହିଳା ପ୍ରାର୍ଥୀ ଦେଇଛି। ଦଳ ୧୩୯ ଆସନରେ ତାର ପ୍ରାର୍ଥୀ ଦେଇଥିବାବେଳେ ୧୨୬ ଆସନରେ ପୁରୁଷ ଏବଂ ୧୩ ଆସନରେ ମହିଳା ପ୍ରାର୍ଥୀ ଦେଇଛି। ସେହିପରି ବିଜେପି ଏକ ଜାତୀୟ ଦଳ ହୋଇ ମଧ୍ୟ ମାତ୍ର ୮ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଛି। ୧୪୫ ଆସନରେ ଦଳ ତାର ପ୍ରାର୍ଥୀ ଦେଇଥିବା ବେଳେ ୧୩୫ ଆସନରେ ପୁରୁଷ ଏବଂ ୧୨ ଆସନରେ ମହିଳା ପ୍ରାର୍ଥୀ ଦେଇଛି।

ଏଥର ନିର୍ବାଚନ ମଇଦାନରେ ୨୯୮ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୨୬୯ ପୁରୁଷ ଏବଂ ୧୦ ଜଣ ମହିଳା ପ୍ରାର୍ଥୀ । ସେହିପରି ବିଏସ୍‌ପିର ୧୦୬ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୧୦, ଏସ୍‌ୟୁସିଆର ୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ମହିଳା ପ୍ରାର୍ଥୀ ଅଛନ୍ତି। ଆମ୍ବେଦକର ନାସନାଲ କଂଗ୍ରେସ ସର୍ବାଧିକ ୨୫ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଛି। ଦଳ ମୋଟ ୧୬ ଜଣ ପ୍ରାର୍ଥୀ ଦେଇଥିବାବେଳେ ୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।



from Odisha Reporter http://bit.ly/2PDzyvK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages