
ୱାଶିଂଟନ୍: ମହାକାଶରେ ଭାରତର ଶକ୍ତି ପ୍ରଦର୍ଶନରେ ନାସା ଖପ୍ପା ହୋଇଛି। ଭାରତ ନିମ୍ନ ଭୂକକ୍ଷରେ ଥିବା ଏକ ସକ୍ରିୟ ସ୍ୟାଟେଲାଇଟ୍କୁ ଆଣ୍ଟି ସ୍ୟାଟେଲାଇଟ୍ ମିସାଇଲ ଦ୍ୱାରା ଧ୍ୱଂସ କରି ମହାକାଶରେ ନିଜର ପରାକ୍ରମ ପ୍ରଦର୍ଶନ କରିଥିଲା। ବିଶ୍ୱର ୪ର୍ଥ ରାଷ୍ଟ୍ର ଭାବେ ଭାରତ ଏପରି କରିଥିଲେ ହେଁ ଏହାକୁ ନେଇ ନାସାର ମୁଖ୍ୟ ଆପତ୍ତି ଉଠାଇଛନ୍ତି।
ନାସା ମୁଖ୍ୟ ଜିମ ବ୍ରିଡେନଷ୍ଟାଇନ୍ କହିଛନ୍ତି, “ଭାରତର ଏଭଳି ସ୍ୟାଟେଲାଇଟ୍ ଧ୍ୱଂସ ପରୀକ୍ଷଣ ମହାକାଶ ପାଇଁ ବିପଦ ସୃଷ୍ଟି କରିଛି। ଭାରତର ଆଣ୍ଟି ସ୍ୟାଟେଲାଇଟ୍ ମିଜାଇଲ୍ ମାଡ଼ରେ ନଷ୍ଟ ସକ୍ରିୟ ସ୍ୟାଟେଲାଇଟ୍ଟି ବର୍ତ୍ତମାନ ୪୦୦ ଖଣ୍ଡ ହୋଇଯାଇଛି।
ଏହି ଧ୍ୱଂସାବଶେଷ ଗୁଡ଼ିକ ମହାକାଶରେ ଘୁରି ବୁଲୁଛନ୍ତି। ଏଥିଯୋଗୁ ଅନ୍ୟ ଦେଶର ସ୍ୟାଟେଲାଇଟ୍ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ସବୁ ଧ୍ୱଂସାବଶେଷକୁ ଠାବ କରାଯାଇ ପାରିନାହିଁ। ବର୍ତ୍ତମାନ ସୁଦ୍ଧା ୧୦ ସେମିରୁ ଅଧିକ ଆକାରର ୬୦ଟି ଧ୍ୱଂସାବଶେଷ ଠାବ ହୋଇଛି।
ଲୋ ଆର୍ଥ ଅରବିଟ୍ରେ ସ୍ୟାଟେଲାଇଟ୍ ଧ୍ୱଂସ ହୋଇଥିଲା ସତ କିନ୍ତୁ ଏହାର ୨୪ଟି ଧ୍ୱଂସାବଶେଷ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଉପରକୁ ଚାଲିଯାଇଛି। ତେଣୁ ଏଗୁଡ଼ିକ ଉପରକୁ ଉଠିବା ନିଶ୍ଚିତ ଭାବେ ଏକ ଭୟଙ୍କର ବିଷୟ। ଏହା ଭବିଷ୍ୟତରେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ନଷ୍ଟ ହେଉଥିବା ସ୍ୟାଟେଲାଇଟ୍ ଗୁଡ଼ିକ ମହାକାଶରେ ଆବର୍ଜନା ସୃଷ୍ଟି କରୁଛନ୍ତି।
ଏହା ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଉପଗ୍ରହ ଗୁଡ଼ିକ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଭାରତ ପରୀକ୍ଷଣ କରିଥିବା ସ୍ୟାଟେଲାଇଟ୍ର ଧ୍ୱାଂସାବଶେଷ ମହାକାଶରେ ବୁଲୁଛି। ଏଗୁଡ଼ିକ ଅନ୍ୟ ଉପଗ୍ରହରେ ମାଡ଼ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର।”
ଭାରତ ପକ୍ଷରୁ ଆଣ୍ଟି-ସ୍ୟାଟେଲାଇଟ୍ (ଏ-ସ୍ୟାଟ)ର ସଫଳ ପରୀକ୍ଷଣ କରାଯାଇଥିଲା। ମିଶନ୍ ଶକ୍ତି ଜରିଆରେ ଲିଓରେ ସକ୍ରିୟ ଥିବା ଏକ ସ୍ୟାଟେଲାଇଟ୍କୁ ଏ-ସ୍ୟାଟ କ୍ଷେପଣାସ୍ତ୍ର ଜରିଆରେ ଧ୍ୱଂସ କରାଯାଇଥିଲା।
from Odisha Reporter https://ift.tt/2KcWxyH
No comments:
Post a Comment