
ବରଗଡ଼ (ଦୀପକ ଶର୍ମା): ବରଗଡ଼ ବିଜେଡି ନେତାଙ୍କ ଗାଡ଼ିରୁ ମିଳିଲା ୧୨ ଲକ୍ଷ ଟଙ୍କା। ଫ୍ଲାଇଂ ସ୍କ୍ୱାଡ ହାତରେ ଟଙ୍କା ଧରା ପଡ଼ିବା ପରେ ଗାଡ଼ି ମାଲିକ ସଫେଇ ଦେଇ କହିଛନ୍ତି, ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କରେ ଜମା ହେବାକୁ ଯାଉଥିଲା।
ସୂଚନାରୁ ପ୍ରକାଶ, ଅମ୍ୱାଭୋନାରୁ ବରଗଡ଼ ଅଭିମୁଖେ ଯାଉଥିବା ଏକ କାର୍କୁ କଉଲସିହ ଗାଁ ପାଖରେ ଫ୍ଲାଇଂ ସ୍କ୍ୱାଡ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଗାଡ଼ିରୁ ୧୨ ଲକ୍ଷ ଟଙ୍କା ଓ ପିଏନ୍ବି ବ୍ୟାଙ୍କର ଭାଉଚର ମିଳିଥିଲା। ଫ୍ଲାଇ ସ୍କ୍ୱାଡ ଅଧିକାରୀମାନେ ଉକ୍ତ ଟଙ୍କା ଓ ଗାଡ଼ିକୁ ଜବତ କରିଥିବା ବେଳେ ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ଜବତ ଗାଡ଼ିଟି ବିଜେଡି କର୍ମୀ ପ୍ରେମ କିଶୋର ପଟେଲଙ୍କର ବୋଲି ଜଣାପଡ଼ିଛି। ଏହି ଟଙ୍କା ପେଟ୍ରୋଲ୍ ପମ୍ପର ବୋଲି ସେ ସଫେଇ ଦେଇଛନ୍ତି।
ଗାଡ଼ି ମାଲିକ ପ୍ରେମ କିଶୋର ପଟେଲ କହିଛନ୍ତି-“ମୋ ଭଉଣୀ ନାଁରେ ଗୋଟିଏ ପେଟ୍ରୋଲ ପମ୍ପ ରହିଛି। ଯାହାର ଆକାଉଣ୍ଟ ପିଏନ୍ବି ବ୍ୟାଙ୍କରେ ରହିଛି। ପେଟ୍ରୋଲ ପମ୍ପର ପଇସା ଜମା କରିବା ପାଇଁ ମ୍ୟାନେଜର ଟଙ୍କା ନେଇ ବ୍ୟାଙ୍କ ଯାଉଥିଲେ। ମାତ୍ର ସେହି ଟଙ୍କା ଫ୍ଲାଇଂ ସ୍କ୍ୱାଡ ଯାଞ୍ଚ ବେଳେ ଧରାପଡ଼ିଛି। ଟଙ୍କା ଜବତ ପରେ ପଟ୍ରୋଲ ପମ୍ପର ପ୍ରତିଦିନ ସେଲ୍ସ ରେଜିଷ୍ଟର ଓ ବ୍ୟାଙ୍କ ଟ୍ରାଞ୍ଜେକ୍ସନ୍ ରିପୋର୍ଟ ମାଗିଛନ୍ତି ଫ୍ଲାଇ ସ୍କ୍ୱାଡ ଅଧିକାରୀ। ସେମାନଙ୍କ ନିର୍ଦ୍ଦେଶ ମୁତାବକ ସବୁ କାଗଜପତ୍ର ଜମା କରାଯାଇଛି।”
ସେ କହିଛନ୍ତି-“ହଁ ମୁଁ ବିଜେଡିର ସଦସ୍ୟ। କିନ୍ତୁ ଯେଉଁ ଗାଡ଼ିରେ ଟଙ୍କା ଯାଉଥିଲା, ସେଥିରେ ମୁଁ ନଥିଲି। ପେଟ୍ରୋଲ ପମ୍ପ ମ୍ୟାନେଜର ଟଙ୍କା ଜମା କରିବା ପାଇଁ ବ୍ୟାଙ୍କ ଯାଉଥିଲା।”
from Odisha Reporter https://ift.tt/2uFRhZy
No comments:
Post a Comment