ଆଶ୍ଚର୍ଯ୍ୟଜନକ ଭାବରେ ନିରବ ଅଛନ୍ତି ୟୁପି ମୁସଲିମ୍‌ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଆଶ୍ଚର୍ଯ୍ୟଜନକ ଭାବରେ ନିରବ ଅଛନ୍ତି ୟୁପି ମୁସଲିମ୍‌ ନେତା

ଲକ୍ଷ୍ନୌ: ପୂର୍ବର ସମସ୍ତ ନିର୍ବାଚନଠାରୁ ଏଥର ନିର୍ବାଚନରେ ଉତ୍ତରପ୍ରଦେଶର ମୁସଲିମ୍‌ ନେତାଙ୍କ ରଣନୀତି ଟିକେ ନିଆରା ରହିଛି। ବିବାଦୀୟ ମନ୍ତବ୍ୟ, ଧାରଣା ଏବଂ ଫତ୍‌ୱା ଜାରି କରିବା ଭଳି କାର୍ଯ୍ୟକ୍ରମରୁ ସେମାନେ ଏଥର ବିରତ ରହିଛନ୍ତି। ବିଭିନ୍ନ ଅନୁଷ୍ଠାନର ମୁଖ୍ୟମାନେ ଏଥର ନିର୍ବାଚନରେ ମୁଣ୍ଡ ଖେଳାଉନଥିବା ମନେ ହେଉଛି। ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଏବଂ ଦେଓବନ୍ଦ ଓ ଲକ୍ଷ୍ନୌର ମୁସଲିମ ନେତା ଆଶ୍ଚର୍ଯ୍ୟଜନକ ଭାବରେ ଚୁପ୍‌ ରହିଛନ୍ତି। ଏପରିକି ମୁସଲିମ୍‌ବହୁଳ ରୋହିଲାଖଣ୍ଡରେ ନିର୍ବାଚନ ସମୟରେ ମଧ୍ୟ ଧାର୍ମିକ ନେତା ନିରବତା ଅବଲମ୍ବନ କରିଛନ୍ତି।

ଦିଲ୍ଲୀର ଜାମା ମସଜିଦ୍‌ର ସୟଦ୍‌ ଅହମ୍ମଦ ବୁଖାରୀ ପୂର୍ବରୁ ବହୁ ବିଦୀୟ ମନ୍ତବ୍ୟ ଦେଇଥିଲେ ମଧ୍ୟ ଏଥର ସେଭଳି କିଛି ଏଯାଏ କହିନାହାନ୍ତି। ଦେଓବନ୍ଦ ଏବଂ ସାହରନ୍‌ପୁରରୁ ମଧ୍ୟ ଏଥର କୌଣସି ଫତ୍‌ୱା ଜାରି ହୋଇନି।

ତେବେ ୧୯% ମୁସଲିମ୍‌ ଭୋଟର ଥିବା ଉତ୍ତରପ୍ରଦେଶରେ ମୁସଲିମ୍‌ ନେତାମାନେ ସେମାନଙ୍କ ରଣନୀତି ବଦଳାଇଥିବା ଜଣାପଡ଼ିଛି। ପୂର୍ବରୁ ସେମାନଙ୍କ ଉଗ୍ର ବକ୍ତବ୍ୟ ବିଜେପି ଏବଂ ଅନ୍ୟ କିଛି ଦଳକୁ ପରୋକ୍ଷରେ ସୁହାଉଥିବାରୁ ସେମାନେ ଏପରି ନିରବତା ଅବଲମ୍ବନ କରିଥିବା କୁହାଯାଉଛି। କାରଣ ସେମାନେ ବିବାଦୀୟ ଧାର୍ମିକ ମନ୍ତବ୍ୟ ହିନ୍ଦୁ ଭୋଟ୍‌କୁ ଏକାଠି ହେବାକୁ ସୁଯୋଗ ସୃଷ୍ଟି କରୁଥିଲା। ୨୦୧୪ ଲୋକସଭା ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ଏହା ସ୍ପଷ୍ଟ ହୋଇସାରିଛି। ଏହି ରାଜ୍ୟରେ ବିଜେପିର ଜଣେ ମଧ୍ୟ ମୁସଲିମ୍‌ ସାଂସଦ ନାହାନ୍ତି।

ଏହି ବିଷୟରେ ଜାଫର ସରେସ୍ୱାଲା କୁହନ୍ତି, ଗତ ୨ ବର୍ଷ ଧରି ଆମେ ସାରା ଭାରତରେ ଥିବା ମୁସଲିମ୍‌ମାନେ ଯେପରି କୌଣସି ବିବାଦୀୟ କଥା ଓ କାମ ନ କରିବାକୁ ଅନୁରୋଧ କରିଥିଲୁ। ଏପରିକି ୨୦୧୮ ନଭେମ୍ବରରେ ହୋଇଥିବା ଆରଏସ୍‌ଏସ୍‌ର ସମ୍ମିଳନୀ ସମ୍ପର୍କରେ କୌଣସି ମୁସଲିମ୍‌ ନେତା ବିବାଦୀୟ ମନ୍ତବ୍ୟ ଦେଇନଥିଲେ।



from Odisha Reporter http://bit.ly/2ZwlLvi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages