ମାୟାବତୀଙ୍କ ପାଦ ଛୁଇଁଲେ ଡିମ୍ପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ମାୟାବତୀଙ୍କ ପାଦ ଛୁଇଁଲେ ଡିମ୍ପଲ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଆଜି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ପାଦ ଛୁଇଁବା ପରେ ଦୁଇ ଦଳ ମଧ୍ୟରେ ସମ୍ପର୍କ ଆଉ ପାଦେ ଆଗେଇଥିବା ଚର୍ଚ୍ଚା ଜୋର ଧରିଛି। କନ୍ନୌଜଠାରେ ବିଶାଳ ଜନସମାବେଶ ସାମ୍ନାରେ ଡିମ୍ପଲ ଏଭଳି ଉପାୟରେ ମାୟାବତୀଙ୍କ ଆଶୀର୍ବାଦ ଭିକ୍ଷା କରିବା ଏବେ ବେଶ ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ ଯେ, ଏହିଠାରୁ ଡିମ୍ପଲ ସମାଜବାଦୀ ପାର୍ଟିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଡିମ୍ପଲ ଏଠାରେ ଅଭିଭାଷଣ ରଖିବା ପୂର୍ବରୁ ମାୟାବତୀଙ୍କ ପାଦ ଛୁଇଁଥିବାବେଳେ ତାଙ୍କ ସ୍ୱାମୀ ଅଖିଲେଶ ଏହି ଅବସରରେ କହିଥିଲେ, ଏସ୍‌ପି-ବିଏସ୍‌ପି ମେଣ୍ଟ ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ଦେବ।

ଉତ୍ତରପ୍ରଦେଶରେ ବେଶ୍‌ କିଛି ଦିନ ଧରି ପରସ୍ପରର ବଡ଼ ପ୍ରତିଦ୍ୱନ୍ଦ୍ୱୀ ରହି ଆସିଥିବା ଏହି ଦୁଇ ଦଳ ବର୍ତ୍ତମାନ ନିକଟତର ହେବାରେ ଲାଗିଛନ୍ତି। ୧୯୯୫ ମସିହାରେ ଏହି ଦୁଇ ଦଳ ମେଣ୍ଟ ଭାଙ୍ଗିବାପରେ ବିଗିଡ଼ିଥିବା ସମ୍ପର୍କରେ ସୁଧାର ଆଣିବା ପାଇଁ ଦୁଇ ନେତା ପ୍ରୟାସ ଚଲାଛନ୍ତି। ଏପରିକି ଉଭୟ ଦଳର କର୍ମୀ ମିଳିମିଶି କାମ କରିବା ପାଇଁ ଉଭୟେ ଉପଦେଶ ଦେଇ ଆସୁଛନ୍ତି।

ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଘୋଷଣା ସମୟରେ ଅଖିଲେଶ ସ୍ପଷ୍ଟ କହିସାରିଛନ୍ତି, ମାୟାବତୀଙ୍କ ଅପମାନ ମୋର ଅପମାନ। ଏପରିକି ଏକ ସମୟରେ ମାୟାବତୀଙ୍କର ବଡ଼ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ପୂର୍ବତନ ଏସ୍‌ପି ମୁଖ୍ୟ ଏବଂ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବ ମଧ୍ୟ ମାୟାବତୀଙ୍କ ସହିତ ଗୋଟିଏ ମଞ୍ଚରେ ବସିବାର ଦେଖାଯାଇଛି।



from Odisha Reporter http://bit.ly/2GybXII

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages