କଂଗ୍ରେସ କର୍ମୀଙ୍କୁ ଏସ୍‌ଡିପିଓଙ୍କ ଚପୁଡ଼ା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

କଂଗ୍ରେସ କର୍ମୀଙ୍କୁ ଏସ୍‌ଡିପିଓଙ୍କ ଚପୁଡ଼ା !

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ କଂଗ୍ରେସ କର୍ମୀଙ୍କୁ ଏସ୍‌ଡିପିଓ ଋଷିକେଶ୍‌ ଖିଲାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ କଂଗ୍ରେସ କର୍ମୀମାନେ ଥାନା ଘେରାଉ କରିଥିଲେ। ଶାସକ ଦଳର ଚାପରେ ଏସ୍‌ଡିପିଓ ମାଡ଼ ମାରିଥିବା କଂଗ୍ରେସ ଅଭିଯୋଗ କରିଛି।

ପୂରା ଘଟଣା ଏମିତି। ମରକାପଲିରେ ଆଜି କଂଗ୍ରେସର ସମାବେଶ ହୋଇଥିଲା। ଏଥିରେ ଛତିଶଗଡ଼ର ମନ୍ତ୍ରୀ ଲାକମା କବାସି ଯୋଗଦେଇ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ। ସମାବେଶ ଶେଷ ହେବା ପରେ ଏସ୍‌ଡିପିଓ ଶ୍ରୀ ଖିଲାର କଂଗ୍ରେସ କର୍ମୀ ରବି ରାଜେଶକୁ ଡାକି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ ଥାନା ଘେରାଉ କରିଥିଲେ। ମାଡ଼ ମାରିଥିବା ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

କଂଗ୍ରେସର ସମାବେଶ ଭଣ୍ଡୁର ପାଇଁ ଶାସକ ଦଳର ଚାପରେ ଏସ୍‌ଡିପିଓ ଏମିତି ମାଡ଼ ମାରିଥିବା କଂଗ୍ରେସ ଅଭିଯୋଗ କରିଛି। ପରେ ଏ ନେଇ ମାଲକାନଗିରି ଥାନାରେ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।



from Odisha Reporter https://ift.tt/2uJSJdC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages