
ମାଣ୍ଡାଲେ (ମିଆଁମାର): ଡାଙ୍ଗମେଇ ଗ୍ରେସଙ୍କ ଡବଲ୍ ଗୋଲ ବଳରେ ଭାରତୀୟ ମହିଳା ଫୁଟବଲ ଟିମ୍ ବୁଧବାର ଏଠାରେ ଆରମ୍ଭ ହୋଇଥିବା ଅଲିମ୍ପିକ୍ କ୍ୱାଲିଫାୟର ରାଉଣ୍ଡ-୨ର ପ୍ରଥମ ମ୍ୟାଚରେ ଇଣ୍ଡୋନେସିଆକୁ ୨-୦ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ (୨୭ତମ ଓ ୬୭ତମ) ଦୁଇଟି ଯାକ ଗୋଲ୍ ଦେଇଥିଲେ।
ଉକ୍ତ ମ୍ୟାଚ୍ ଆରମ୍ଭରୁ ଭାରତ ପ୍ରତିପକ୍ଷ ଦଳ ଉପରେ ଆକ୍ରମଣ କରିଥିଲା। ୨୪ତମ ମିନିଟରେ ସଞ୍ଜୁ ଭାରତ ପାଇଁ ପ୍ରଥମ ଗୋଲ ସୁଯୋଗ ସୃଷ୍ଟି କରିଥିଲେ, କିନ୍ତୁ ଏହାକୁ ସେ ଗୋଲରେ ପରିଣତ କରିପାରିନଥିଲେ। ୨୭ତମ ମିନିଟରେ ସନ୍ଧ୍ୟାଙ୍କ ଦ୍ୱାରା ମରାଯାଇଥିବା ଶଟକୁ ଇଣ୍ଡୋନେସିଆର ରିସ୍କା ଜୁଲିଆଣ୍ଟି ରୋକିବାରେ ସଫଳ ହୋଇଥିଲେ, କିନ୍ତୁ ଡାଙ୍ଗମେଇ ରିବାଉଣ୍ଡ ଦ୍ୱାରା ବଲକୁ ଗୋଲପୋଷ୍ଟ ଭିତରକୁ ମାରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।
ଏଥିସହ ଭାରତ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୧-୦ ଗୋଲରେ ଆଗୁଆ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା। ୬୭ତମ ମିନିଟରେ ସୁମିତ୍ରା କାମରାଜଙ୍କଠାରୁ ପାସ ପାଇ ଡାଙ୍ଗମେଇ ଭାରତ ଦ୍ୱିତୀୟ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହି ଗୋଲ ସହ ଭାରତ ମ୍ୟାଚକୁ ଏକତରଫା ଭାବେ ୨-୦ରେ ଜିତି ନେଇଥିଲା। ଆସନ୍ତା ୬ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନେପାଳକୁ ଭେଟିବ।
from Odisha Reporter https://ift.tt/2UnpWKl
No comments:
Post a Comment