
ନୂଆଦିଲ୍ଲୀ: ପ୍ରଥମ ୩ଟି ପର୍ଯ୍ୟାୟ ପରି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ମଧ୍ୟ ପଶ୍ଚିମବଙ୍ଗରେ ଭୋଟ୍ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ର କର୍ମୀମାନେ ବିଭିନ୍ନ ବୁଥରେ ନିଜର ହାକିମାତି ଦେଖାଇବାକୁ ଚେଷ୍ଟା କରିଛନ୍ତି। ଏହି କାରଣରୁ ଟିଏମସି କର୍ମୀଙ୍କ ଉପରେ ପୁଲିସ୍ ଲାଠିଚାର୍ଜ କରିଥିଲା।
ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ସେହିପରି ବିଜେପିର ଆସନସୋଲ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଗାଡ଼ିକୁ ମଧ୍ୟ ଟିଏମସି କର୍ମୀମାନେ ଭଙ୍ଗାରୁଜା କରିଛନ୍ତି। ସେହିପରି ଦୁଇଟି ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଟିଏମସି କର୍ମୀମାନେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ପରସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦଳ ପକ୍ଷରୁ କେନ୍ଦ୍ରୀୟ ଫୋର୍ସ ଉପସ୍ଥିତିରେ ଭୋଟ୍ ଗ୍ରହଣ କରିବାକୁ ଦାବି କରାଯାଇଛି।
ଆଜି ୪ର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନରେ ଭୋଟିଂ ହେଉଛି। ତେବେ ଆସନସୋଲ ସଂସଦୀୟ କ୍ଷେତ୍ରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଆଜି ଏଠାରୁ ପ୍ରାର୍ଥୀ ହୋଇଥିବା ବାବୁଲ ଏକ ବୁଥକୁ ଯାଉଥିବା ବେଳେ ଟିଏମସି କର୍ମୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ବାବୁଲଙ୍କ ଗାଡ଼ି ଭାଙ୍ଗି ଯାଇଛି।
ସେହିପରି କିଛି ବୁଥରେ ଟିଏମସି କର୍ମୀମାନେ ଜବରଦସ୍ତ ଭୋଟରଙ୍କୁ ପ୍ରଭାବିତ କରୁଥିବାରୁ ବାବୁଲ ଏହାକୁ ବିରୋଧ କରିଥିଲେ। ଫଳରେ ବାବୁଲ ଏବଂ ବୁଥରେ ଥିବା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆସନସୋଲର ବୁଥ ନଂ ୧୯୯ରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ କ୍ୟୁଆରଏଫ୍ ଟିମ୍ ଏଥିରେ ହସ୍ତକ୍ଷେପ କରିଥିଲା। କିନ୍ତୁ ଏହି ଟିମ୍କୁ ମଧ୍ୟ ଟିଏମସି କର୍ମୀ ଆକ୍ରମଣ କରିବାକୁ ପଛାଇ ନଥିଲେ। ଫଳରେ ସୁରକ୍ଷାକର୍ମୀମାନେ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲେ।
from Odisha Reporter http://bit.ly/2IPROkT
No comments:
Post a Comment