
କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନିଜର ଖରାପ ବ୍ୟବହାର ପାଇଁ ଦଣ୍ଡିତ ହୋଇଛନ୍ତି। ରବିବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଆଉଟ୍ ହେବା ପରେ ରୋହିତ ନିରାଶ ହୋଇ ଷ୍ଟମ୍ପକୁ ନିଜ ବ୍ୟାଟରେ ମାରିଥିଲେ।
ଏହି କାରଣରୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କାଟି ନିଆଯାଇଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ରୋହିତ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ସେ ନନଷ୍ଟ୍ରାଇକର ଏଣ୍ଡକୁ ଯାଇ ନିଜ ବ୍ୟାଟରେ ଷ୍ଟମ୍ପକୁ ମାରିଥିଲେ।
ଏହିପରି ଭାବେ ସେ ଆଇପିଏଲ ଆଚାର ସଂହିତା ନିୟମ ଲେଭଲ୍-୧ ଧାରା ୨.୨ର ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରୋହିତ ଏହି ଭୁଲ୍ ପାଇଁ କ୍ଷମା ପ୍ରାର୍ଥନ କରିଛନ୍ତି ଏବଂ ନିଜ ଉପରେ ଲାଗିଥିବା ଜୋରିମାନାକୁ ମଧ୍ୟ ସ୍ୱୀକାର କରିଛନ୍ତି।
from Odisha Reporter http://bit.ly/2GRJM8R
No comments:
Post a Comment