
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଭୋଟର ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି। ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରରେ ଆଜି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୨ୟ ପର୍ଯ୍ୟାୟ ଭୋଟ୍ ୧୮ ତାରିଖରେ ଅନୁଷ୍ଠିତ ହେବ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥର ଶ୍ରୀ ପଟ୍ଟନାୟକ ୨ଟି ଗୁରୁତ୍ୱପୂର୍ଣ୍ଣ ଆସନରୁ ନିର୍ବାଚନ ଲଢୁଛନ୍ତି। ଗତଥର ଭଳି ଏଥର ମଧ୍ୟ ନବୀନ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚନ ଲଢୁଛନ୍ତି। ଏତଦ୍ ବ୍ୟତୀତ ବରଗଡ଼ ଜିଲା ବିଜେପୁରରରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି।
ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପୀତାମ୍ବର ଆଚାର୍ଯ୍ୟ ଓ ଶମ୍ଭୁନାଥ ପାଣିଗ୍ରାହୀ। ଏହି ୩ ପ୍ରାର୍ଥୀ ରାଜ୍ୟ ରାଜନୀତିରେ ପୁରୁଖା ଓ ଅଭିଜ୍ଞତା ସମ୍ପନ୍ନ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ତାଙ୍କୁ ଶ୍ରେୟ ଦେବ ବୋଲି ଆଶା କରାଯାଉଛି। ବିଭିନ୍ନ ଉନ୍ନୟନମୂଳକ ଯୋଜନା ସହ ଏହି ଜିଲାରୁ ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରାଇ ନବୀନ ମହିଳା ଭୋଟ୍ ବ୍ୟାଙ୍କକୁ ସୁଦୃଢ କରିଛନ୍ତି। ଏଣୁ ତାଙ୍କୁ ଟକ୍କର ଦେଇ ହରାଇବା ପୀତାମ୍ବର ଓ ରାମକୃଷ୍ଣ ଉଭୟଙ୍କୁ ଟିକେ କଷ୍ଟ ହେବ ବୋଲି ଆକଳକ କରାଯାଉଛି। କିନ୍ତୁ ରାଜ୍ୟରେ ବିଜେଡିର ସ୍ଥିତି କ୍ରମେ ଦୁର୍ବଳ ହେଉଥିବାରୁ ବିଜେଡିର ଭୋଟ ହାର ପୂର୍ବଥର ଭଳି ରହିବ ଏହା କହି ହେଉନାହିଁ।
ସେହିପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବରଗଡ଼ର ବିଜେପୁର। ଏହି ନିର୍ବାଚନ ମଣ୍ଡଳୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜ ଭାଗ୍ୟ ପରଖିବେ। ଏଠାରୁ ସେ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତ୍ତିର୍ଣ୍ଣ ହୋଇଥିଲେ ମଧ୍ୟ ବିଜେଡି ପାଇଁ ଏହି ନିର୍ବାଚନ ମଣ୍ଡଳର ହାତେଇବା ସେତେଟା କାଠିକର ପାଠ ହେବନି, ମାତ୍ର ଏହା ନୁହେଁ ଯେ ଏଠାରେ ବିଜେଡିର ବିଜୟ ପଥ ନିଷ୍କଣ୍ଟକ। ବାସ୍ତବରେ ଦେଖିବାକୁ ଗଲେ ଏହି ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ସ୍ୱର୍ଗତଃ ସୁବଳ ସାହୁ ୫୩,୨୯୦ ଖଣ୍ଡ ଭୋଟ ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ତାଙ୍କର ଦେହାନ୍ତ ପରେ ଏହି ଆସନ ରିକ୍ତ ପଡିଲା। ୨୦୧୮ରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ଏତିକି ବେଳେ ବିଜେଡି ଗୋଟି ଚାଳନା କଲା। ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କଲା। ଅନୁକମ୍ପା ଭୋଟ ରୀତାଙ୍କ ପଟକୁ ଯିବ ଏ କଥା ବିଜେଡିକୁ ଭଲରେ ଜଣାଥିଲା। ଆଉ ଶେଷରେ ଅପ୍ରତ୍ୟାଶିତ ଭାବେ ପ୍ରଥମ ଥର ଲାଗି ନିର୍ବାଚନ ରଣାଙ୍ଗନରା ଅବତ୍ତିର୍ଣ୍ଣ ହୋଇଥିବା ରୀତା ବିଧାନସଭାକୁ ନିର୍ବାଚିତ ହେଲେ। ବିଜେଡିର ବିଜୟ ହେଲା। କିନ୍ତୁ ସୁବଳଙ୍କ ମୃତ୍ୟୁ ଓ ରୀତାଙ୍କ ସଫଳତା ମଧ୍ୟରେ ଥିବା ସନ୍ଧିକ୍ଷଣରେ ସେଭଳି ବିଶେଷ ଉନ୍ନୟନମୂଳକ କାର୍ଯ୍ୟ ଏହି ନିର୍ବାନମଣ୍ଡଳରେ ହୋଇ ପାରିଲା ନାହିଁ। ଲୋକେ ଅସନ୍ତୁଷ୍ଟ ଥିଲେ।
ହେଲ ଏପଟେ ବିଜେଡି ଏହି ଗାଦି ହାତଛଡା କରିବାକୁ ଚାହୁଁ ନ ଥିଲା। ଏଣୁ ଫକୋସ୍ରେ ରହିଥିଲା ୨୦୧୯। କାହାକୁ ପ୍ରାର୍ଥୀ କରିବ ସେ ନେଇ ତର୍ଜମା ଚାଲିଲା। ରୀତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିବାକୁ ଠିକ୍ ମନେ କଲାନି ବିଜେଡି। ଶେଷରେ ବହୁ କଳ୍ପନା ଜଳ୍ପନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ନା କରିବେ ବିଜେପିର ସନତ ଗରତିଆ ଓ କଂଗ୍ରେସର ରିପୁନାଥ ସେଠ୍। ଆଉ ଏଇଠି ଜଣାପଡିବ ବିଜେଡିର ଲୋକପ୍ରିୟତା ମୂଖ୍ୟମନ୍ତ୍ରୀଙ୍କୁ ଜିତାଉଛି ନା ନାହିଁ।
from Odisha Reporter http://bit.ly/2X1rK9i
No comments:
Post a Comment