
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁମିତ୍ରା ଜେନାଙ୍କ ପରେ ଆଉ ଜଣେ କଂଗ୍ରେସ ନେତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ନିର୍ବାଚନ ବେଳେ ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟ୍କା ଲାଗିଥିବା କୁହାଯାଉଛି।
ସୋନାଲି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳୀୟ ନେତୃତ୍ୱର ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡୁଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।
କୁହାଯାଉଛି, ସୋନାଲି ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା।
ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଏପ୍ରିଲ୍ ୯ ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ। କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୂରୁଣୁ ସେ ବିଜେଡିରେ ଯୋଗ ଦେଇଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା; କହିଲେ-ନିରଞ୍ଜନ ମଦ ଦୋକାନୀ ଓ ସୁନ୍ଦରୀଙ୍କୁ ଦେଖି ଟିକେଟ ଦେଇଛନ୍ତି
from Odisha Reporter http://bit.ly/2IasmGl
No comments:
Post a Comment