ଦୁଇ ଫୁଟବଲ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଦେବାକୁ ସୁପାରିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଦୁଇ ଫୁଟବଲ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଦେବାକୁ ସୁପାରିସ୍‌

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଦୁଇ ଷ୍ଟାର ଫୁଟବଲ ଖେଳାଳି ଗୁରପ୍ରୀତ ସିଂହ ସାନ୍ଧୁ ଓ ଜେଜେ ଲାଲପେଖ୍ଲୁଆଙ୍କୁ ଅର୍ଜୁନ ପୁରସ୍କାର ଦେବାକୁ ଏଆଇଏଫ୍‌ଏଫ୍‌ ପକ୍ଷରୁ ସୁପାରିସ କରାଯାଇଛି। ୨୦୧୧ରେ ପ୍ରସିଦ୍ଧ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀଙ୍କୁ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୮ ବର୍ଷ ପରେ ପୁଣି ଦୁଇ ଜଣ ଫୁଟବଲ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଦେବାକୁ ସୁପାରିସ କରାଯାଇଛି।

ଭେଟରାନ୍‌ ସୁବ୍ରତ ପାଲ ଓ ଯୁବ ଟ୍ୟାଲେଣ୍ଟ ଅମରିନ୍ଦର ସିଂହଙ୍କ ପରି ଖେଳାଳିଙ୍କୁ ପଛରେ ପକାଇ ସାନ୍ଧୁ ଏବେ ଭାରତୀୟ ଟିମ୍‌ର ପ୍ରଥମ ଗୋଲ କିପର ହୋଇପାରିଛନ୍ତି। ସେହିପରି ଫରୱାର୍ଡ ଜେଜେ ନିଜର ଆକ୍ରମଣାତ୍ମକ ଖେଳ ପାଇଁ ବେଶ ପରିଚିତ। ଗତବର୍ଷ ମଧ୍ୟ ସାନ୍ଧୁ ଓ ଜେଜେଙ୍କ ନାଁଙ୍କ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଥିଲା। ତେବେ ସେମାନଙ୍କୁ ପୁରସ୍କାର ମିଳି ନଥିଲା। ଛେତ୍ରୀଙ୍କୁ ପ୍ରଥମେ ଅର୍ଜୁନ ଓ ପରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।



from Odisha Reporter http://bit.ly/2VrKGRD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages