ଜନସନ ବେବି ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଜନସନ ବେବି ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାରା ଦେଶରେ ଜନସନ ଆଣ୍ଡ ଜନସନ କମ୍ପାନୀର ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି ଉପରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ରୋକ ଲଗାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଏହାର ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଶିଶୁ ସୁରକ୍ଷା ଆୟୋଗ। ମାସେ ତଳେ ରାଜସ୍ଥାନ ଡ୍ରଗ କଣ୍ଚ୍ରୋଲ ଅର୍ଗାନାଇଜେସନ ଦ୍ୱାରା ପରୀକ୍ଷା ହୋଇଥିବା ଜନସନ ବେବି ଶ୍ୟାମ୍ପୁରେ ଫର୍ମାଲ ଡିହାଇଡ ରହିଥିବା ଜଣାପଡ଼ିଥିଲା। ଯାହାକି କ୍ୟାନସର ପାଇଁ ଅନୁକୁଳ ପରିସ୍ଥିତି ସୃଷ୍ଟି କରିଥାଏ ବୋଲି ରିପୋର୍ଟରେ କୁହାଯାଇଥିଲା। ଏବେ ରାଜସ୍ଥାନ କଣ୍ଚ୍ରୋଲ ଅର୍ଗାନାଇଜେସନର ରିପୋର୍ଟକୁ ଆଧାର କରି ଶିଶୁ ସୁରକ୍ଷା ଆୟୋଗ ଜନସନ ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି ଉପରେ ରୋକ ଲଗାଇଛନ୍ତି।
 

ଏଥିସହ ଆନ୍ଧ୍ର ପ୍ରଦେଶ, ଝାରଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ପାଉଡର ଏବଂ ଶ୍ୟାମ୍ପୁର ନମୁନା ସଂଗ୍ରହ କରି ରିପୋର୍ଟ ଦେବାକୁ କହିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଜନସନ ପାଉଡର ଏବଂ ଶ୍ୟାମ୍ପୁରେ କାରସିନୋଜେନିକ ଏବଂ ଆଜବେଷ୍ଟସ ଥିବା ନେଇ ଖବର ପ୍ରସାରଣ ହୋଇଥିଲା।
 
ତେବେ ପୂର୍ବରୁ ୨୦୧୧ ଫେବୃଆରୀରେ ଅନ୍ତର୍ଜାତୀୟ ମ୍ୟାଗାଜିନ ‘ଫୋର୍ବସ’ରେ  ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ କ୍ୟାନସରକୁ ନେଇ ଗବେଷଣା କରୁଥିବା ଅନ୍ତର୍ଜାତୀୟ ସଂସ୍ଥା(ଓଇଜଉ) ଦର୍ଶାଇଥିଲା ଯେ ଫର୍ମାଲ ଡିହାଇଡ କ୍ୟାନସର ରୋଗର ଅନ୍ୟତମ କାରଣ। ଏହାପରେ ୨୦୧୧ ଜୁନରେ ଆମେରିକା ସରକାର ଫର୍ମାଲ ଡିହାଇଡ କ୍ୟାନସରର ବାହକ ବୋଲି ଘୋଷଣା କରିଥିଲେ। ଏହାପରେ ୨୦୧୪ରେ ଜନସନ ଆଣ୍ଡ ଜନସନ ସ୍ପଷ୍ଟୀକରଣ ରଖି କହିଥିଲା ଯେ କ୍ଷତିକାରକ ଫର୍ମାଲ ଡିହାଇଡକୁ ବ୍ୟବହାର କରାଯାଉ ନାହିଁ।
 
ମାର୍ଚ୍ଚ ୫ରେ ଡ୍ରଗ କଣ୍ଟ୍ରୋଲ ଅର୍ଗାନାଇଜେସନ ଦେଶର ଥିବା ସମସ୍ତ ରାଜ୍ୟକୁ ଜନସନ ବେବି ଶ୍ୟାମ୍ପୁକୁ ପ୍ରତ୍ୟାହାର କରିନେବା ପାଇଁ କହିଥିଲା। ଏହି ପରୀକ୍ଷା ଫେବୃଆରୀ ୧୬ରୁ ଫେବୃଆରୀ ୨୮ ମଧ୍ୟରେ ହୋଇଥିଲା। ତେବେ ଜନସନ କମ୍ପାନୀର ମୁଖପାତ୍ର ଏପ୍ରିଲ ମାସ ଆରମ୍ଭରେ ସ୍ପଷ୍ଟୀକରଣ ରଖି କହିଥିଲେ ଜନସନର ସମସ୍ତ ପ୍ରଡକ୍ଟ ନିରାପଦ ବୋଲି ବିଶ୍ୱସ୍ତରରେ ସାର୍ଟିଫିକେଟ ପାଇଛି। ତେବେ ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲ କିଭଳି ପରୀକ୍ଷା କରୁଛି ସେ ନେଇ କମ୍ପାନୀ ଅବଗତ ନାହିଁ। ଅଭିଯୋଗ ପାଇବା ପରେ ପୁଣିଥରେ କମ୍ପାନୀ ଲ୍ୟାବ ପରୀକ୍ଷା ପାଇଁ ପଠାଇଛି ବୋଲି କମ୍ପାନୀର ମୁଖପାତ୍ର କହିଥିଲେ।


from Odisha Reporter http://bit.ly/2IMVwvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages