ଧୋନିଙ୍କୁ ରିଭ୍ୟୁ ନେବା ପାଇଁ ବାଧ୍ୟ କଲେ ଚହର୍, ତା’ପରେ କ’ଣ ହେଲା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଧୋନିଙ୍କୁ ରିଭ୍ୟୁ ନେବା ପାଇଁ ବାଧ୍ୟ କଲେ ଚହର୍, ତା’ପରେ କ’ଣ ହେଲା, ଦେଖନ୍ତୁ ଭିଡିଓ

ଜୟପୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଯୁବ ପେସ୍ ବୋଲର ଦୀପକ ଚହର ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଚେନ୍ନାଇର ଏହି ଷ୍ଟାର ବୋଲର ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱାସ ଜିତିପାରିଛନ୍ତି।

ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏହାର ଝଲକ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଚହର ରାଜସ୍ଥାନ ଅଧିନାୟକ ଆଜିଙ୍କ୍ୟ ରାହାଣେ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ ଏବଂ ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ।

ତେବେ ଧୋନି ଏହାକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ନଥିଲେ, କିନ୍ତୁ ଚହର୍ ନିଜ କ୍ୟାପଟେନଙ୍କୁ ରିଭ୍ୟୁ ନେବା ପାଇଁ ବାଧ୍ୟ କରିଥିଲେ। ଚହରଙ୍କ ବିଶ୍ୱାସ ଦେଖାଇ ଧୋନି ଫିଲ୍ଡ ଅମ୍ପାୟାର ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ ଏବଂ ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତି ବୋଲରଙ୍କ ସପକ୍ଷରେ ରହିଥିଲା।

ଏହି ଘଟଣା ରାଜସ୍ଥାନ ରୟାଲ୍ସ ଇନିଂସର ତୃତୀୟ ଓଭରରେ ଘଟିଥିଲା। ରୟାଲ୍ସର ଦୁଇ ଓପ୍ନର ମ୍ୟାଚରେ ଜବରଦସ୍ତ ଆରମ୍ଭ କରିଥିଲେ ଏବଂ ଦୁହେଁ ସ୍କୋରକୁ ୩୧ ରନରେ ପହଞ୍ଚାଇଥିଲେ। ତେବେ ତୃତୀୟ ଓଭରର ପଞ୍ଚମ ବଲରେ ଚହରଙ୍କ ବଲରେ ରାହାଣେ ଏଲବିଡବ୍ଲ୍ୟୁ ଆଉଟ୍ ହେବା ପରେ ରାଜସ୍ଥାନର ବ୍ୟାଟିଂ ଲାଇନ୍ ଭୁଶୁଡି ପଡ଼ିଥିଲା। ଉକ୍ତ ମ୍ୟାଚରେ ଚହର ୩୩ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2Uy2wmj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages