ସର୍ବାଧିକ ଆସନରେ ପ୍ରାର୍ଥୀ ଦେଇ ଇତିହାସ ସୃଷ୍ଟି କରିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ସର୍ବାଧିକ ଆସନରେ ପ୍ରାର୍ଥୀ ଦେଇ ଇତିହାସ ସୃଷ୍ଟି କରିବ ବିଜେପି

ନୂଆଦିଲ୍ଲୀ: ୨୦୧୯ରେ ବିଜେପି ନିଜ ଦଳ ଇତିହାସରେ ଏକ ରେକର୍ଡ ଯୋଡ଼ିବାକୁ ଯାଉଛି। ଦଳ ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନରେ ସର୍ବାଧିକ ପ୍ରାର୍ଥୀ ଦେବା ଯୋଗୁ ଏହି ରେକର୍ଡ ସୃଷ୍ଟି କରିବ।

ଦେଶର ୫୪୩ଟି ଲୋକସଭା ଆସନରୁ ବିଜେପି କେବେ ହେଲେ ୪୩୩ରୁ ଅଧିକ ଆସନରେ ପ୍ରାର୍ଥୀ ଦେଇନାହିଁ। ୨୦୧୪ରେ ଦଳ ସର୍ବାଧିକ ୪୨୮ଟି ଆସନରେ ପ୍ରାର୍ଥୀ ଦେଇଥିଲେ। କିନ୍ତୁ ଏଥର ଏହି ସଂଖ୍ୟାକୁ ଦଳ ଅତିକ୍ରମ କରିବ। କାରଣ ବର୍ତ୍ତମାନ ଦଳ ୫୪୩ଟି ଲୋକସଭା ଆସନରୁ ୪୨୦ଟିରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି। ଏବେ ବି ଆହୁରି ୩୦ ଜଣଙ୍କ ନାଁ ଘୋଷଣା ହେବାର ଅଛି।

ତେଣୁ ଆଉ ୩୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପରେ ଏହି ସଂଖ୍ୟା ୪୫୦ରେ ପହଞ୍ଚିଯିବ। ବିଜେପି ୨୦୦୯ରେ ୪୩୩ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୦୦୪ରେ ୩୬୪ ଓ ୧୯୯୯ ନିର୍ବାଚନରେ ୩୩୯ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ଚଳିତ ବର୍ଷ ନିର୍ବାଚନ ପାଇଁ ବିଜେପି ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଏଯାଏ କରିପାରି ନାହିଁ। ଦିଲ୍ଲୀ ବିଜେପି ୟୁନିଟ୍‌ରେ ତିକ୍ତତା ଲାଗି ରହିଥିବାରୁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରୁ ନଥିବା ଜଣାପଡ଼ିଛି। ସେହିପରି ଉତ୍ତର ପ୍ରଦେଶର ଆହୁରି ୮ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ମଧ୍ୟପ୍ରଦେଶର ବାକି ଥିବା ୮ଟି ଆସନରେ ଦଳ ପ୍ରାର୍ଥୀ ଦେବ।

ପଞ୍ଜାବରେ ଦଳ ଶିରୋମଣି ଅକାଳୀ ଦଳ ସହ ମିଶି ପ୍ରାର୍ଥୀ ଘୋଷଣା କରିବ। ପୁନିଶ୍ଚ ହରିଆଣାର ୨ଟି ଓ ରାଜସ୍ଥାନର ଗୋଟିଏ ଆସନ ପାଇଁ ଦଳ ପ୍ରାର୍ଥୀ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବ।

୨୦୧୪ରେ ବିଜେପି ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ଏହି ଦୁଇ ରାଜ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ମିଶି ୪୨ଟି ଆସନରେ ପ୍ରାର୍ଥୀ ଦେଇଥିଲେ। କିନ୍ତୁ ବିଜେପି ଏଥର ଏକାକୀ ୪୨ଟି ଆସନରେ ପ୍ରାର୍ଥୀ ଦେଇଛି। ଅନ୍ୟପକ୍ଷରେ ବିହାର, ଆସାମ ଓ ଝାରଖଣ୍ଡରେ ବିଜେପି ମେଣ୍ଟ କରିଥିବାରୁ ୨୦୧୪ ତୁଳନାରେ ଦଳ ଏଥର କମ୍‌ ଆସନରେ ଲଢ଼ୁଛି।



from Odisha Reporter http://bit.ly/2G9eatI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages