ଗ୍ରାହାମ୍ ରିଡ୍ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ଗ୍ରାହାମ୍ ରିଡ୍ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ୍

ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଏବଂ ପ୍ରାୟ ୪ ମାସ ଧରି ଭାରତୀୟ ହକି ଟିମରେ ପଡ଼ିଥିବା ଖାଲି ସ୍ଥାନ ପୂରଣ ହୋଇଛି। ହକି ଇଣ୍ଡିଆ ଅଷ୍ଟ୍ରେଲିଆର ଗ୍ରାହାମ ରିଡଙ୍କୁ ଭାରତୀୟ ପୁରୁଷ ହକି ଦଳର କୋଚ୍ ଭାବେ ନିଯୁକ୍ତ କରିଛି। ଏହି ୫୪ ବର୍ଷୀୟ କୋଚ୍ ଶୀଘ୍ର ବେଙ୍ଗାଲୁରୁରେ ଚାଲିଥିବା ନ୍ୟାଶନାଲ୍ କ୍ୟାମ୍ପରେ ଟିମର ସହ ଯୋଗଦେବେ।

ରିଡ୍ ୨୦୨୨ ଏଫଆଇଏଚ୍ ବିଶ୍ୱକପ୍ ପର୍ଯ୍ୟନ୍ତ ଜାତୀୟ ଦଳର ଦଳର କୋଚ୍ ଭାବେ କାର୍ଯ୍ୟ କରିବେ। ରିଡ୍ ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ଡିଫେଣ୍ଡର ଓ ମିଡଫିଲ୍ଡର ଭୂମିକା ତୁଲାଉଥିଲେ। ସେ ଓଡ଼ିଶାରେ ୱାର୍ଲ୍ଡ ସିରିଜ୍ ଫାଇନାଲ୍ ପୂର୍ବରୁ ଟିମ୍ ସହ ଯୋଗଦେବେ। ହକି ଇଣ୍ଡିଆ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୋମବାର ଏହି ସୂଚନା ଦେଇଛି।

ଭାରତୀୟ ଦଳର କୋଚ୍ ହେବା ପରେ ରିଡ୍ କହିଛନ୍ତି, ଭାରତୀୟ ପୁରୁଷ ହକି ଦଳର କୋଚ୍ ହେବା ମୋ ପାଇଁ ସମ୍ମାନର କଥା। ଭାରତୀୟ ହକିର ଇତିହାସକୁ ଅନ୍ୟ କୌଣସି ଟିମ୍ ସହ ତୁଳନା କରିହେବ ନାହିଁ। ହକିରେ ଭାରତର ଦବଦବା ରହିଆସିଥିଲା। ତେଣୁ ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା, ତାହେଲେ ଭାରତର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି।

ପ୍ରତିପକ୍ଷ ଦଳର କୋଚ୍ ଭାବେ ମୁଁ ଭାରତୀୟ ହକି ଟିମର ଖେଳକୁ ଉପଭୋଗ କରୁଥିଲି। କିନ୍ତୁ ଏବେ ଏହି ଟିମକୁ କୋଚିଂ ଦେବାର ସମୟ ଆସିଛି। ଭାରତୀୟ ଟିମ ଧୀରେ ଧୀରେ ବିଶ୍ୱର ସବୁଠାରୁ ବିପଜ୍ଜନକ ଟିମ୍ ହେବାକୁ ଯାଉଛି। ଭାରତୀୟ ହକି ଟିମର ଆକ୍ରମଣ ମୋତେ ବହୁତ ପସନ୍ଦ ବୋଲି ରିଡ୍ କହିଛନ୍ତି।

ରିଡ୍ ଆହୁରି କହିଛନ୍ତି, ହକି ଇଣ୍ଡିଆ, ସାଇ, ଏମୱାଇଏଏସ୍, ଟିମର ସର୍ପୋଟ୍ ଷ୍ଟାଫ୍ ଓ ଖେଳାଳିଙ୍କ ସହ କାମ କରିବା ନେଇ ମୁଁ ବହୁତ ଉତ୍ସାହିତ। ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ ଆମର ମୂଳ ଲକ୍ଷ୍ୟ। ମୋ ପତ୍ନୀ ଆସନ୍ତା ଅଗଷ୍ଟରେ ଭାରତ ଆସିବେ ଏବଂ ଆମେ ବେଙ୍ଗାଲୁରୁରେ ଏକାଠି ରହିବୁ ବୋଲି ରିଡ୍ କହିଛନ୍ତି।

ସେହିପରି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, ‘ଜଣେ ଖେଳାଳି ଭାବେ ଗ୍ରାହାମଙ୍କ କ୍ୟାରିୟର ବେଶ୍ ସଫଳ ରହିଛି। ଏହାଛଡ଼ା ତାଙ୍କର କୋଚିଂ ଅଭିଜ୍ଞତା ମଧ୍ୟ ବହୁତ ଉନ୍ନତ। ସେ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ଭଳି ଶକ୍ତିଶାଳୀ ଟିମ୍ ସହ କାମ କରିସାରିଛନ୍ତି। ତାଙ୍କ ଅଭିଜ୍ଞତା ଓ ବୈଷୟିକ ଜ୍ଞାନ ଭାରତୀୟ ଟିମକୁ ୨୦୨୦ ଟୋକିଓ ଅଲିମ୍ପିକରେ ଆବଶ୍ୟକ ଫଳାଫଳ ହାସଲ କରିବାରେ ସହାୟକ ହେବ।’

ରିଡ୍ ୧୯୯୨ରେ ବାର୍ସିଲୋନା ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ। ଏହାଛଡ଼ା ସେ ୧୯୮୪, ୧୯୮୫, ୧୯୮୯ ଓ ୨୯୯୦ରେ ଚାମ୍ପିଅନ୍ସ ଟ୍ରଫି ବିଜେତା ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ।

୧୩୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ରିଡ୍ ୨୦୦୯ରେ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ଅଷ୍ଟ୍ରେଲିଆ ଟିମର ସହକାରୀ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳରେ ଅଷ୍ଟ୍ରେଲିଆ ୨୦୧୨ରେ କ୍ରମାଗତ ପଞ୍ଚମଥର ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍ ଜିତିଥିଲା। ୨୦୧୪ରେ ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ୍ ଭାର ସମ୍ଭାଳିଥିଲେ। ତାଙ୍କ ସମୟରେ ମଧ୍ୟ ଅଷ୍ଟ୍ରେଲିଆ ବିଶ୍ୱର ଏକ ନମ୍ବର ହକି ଟିମ୍ ହୋଇପାରିଥିଲା।

ତାଙ୍କ ମାର୍ଗଦର୍ଶନରେ ଅଷ୍ଟ୍ରେଲିଆ ଅନ୍ତେ୍ୱର୍ପଠାରେ ଅନୁଷ୍ଠିତ ହକି ୱାର୍ଲ୍ଡ ଲିଗ୍ ସେମିଫାଇନାଲ୍ ଏବଂ ସେହି ବର୍ଷ ରାୟପୁରରେ ଆୟୋଜିତ ୱାର୍ଲ୍ଡ ଲିଗ୍ ଫାଇନାଲ୍ ଜିତିଥିଲା। କୁଇନ୍ସଲ୍ୟାଣ୍ଡ ହକି ହଲ୍ ଅଫ୍ ଫେମର ସଦସ୍ୟ ରିଡ୍ ୨୦୧୭ରେ ନେଦରଲ୍ୟାଣ୍ଡ ଜାତୀୟ ହକି ଦଳର କୋଚ୍ ହୋଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ନେଦରଲ୍ୟାଣ୍ଡ ୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ପୁରୁଷ ହକି ୱାର୍ଲ୍ଡକପରେ ରୌପ୍ୟ ପଦକ ହାସଲ କରିଥିଲା।



from Odisha Reporter http://bit.ly/2WWU3pz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages