ଟିକେଟ୍ ଫେରାଇଲେ ପୁଣିଜଣେ କଂଗ୍ରେସ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ଟିକେଟ୍ ଫେରାଇଲେ ପୁଣିଜଣେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଆଜି ପୁଣିଜଣେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିଜର ଟିକେଟ୍ ଫେରସ୍ତ କରିଛନ୍ତି। ବଡ଼ଚଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଚଳିତ ନିର୍ବାଚନ ଲଢ଼ିବା ପାଇଁ ରାଜି ହୋଇନାହାନ୍ତି। ବିଳମ୍ବରେ ଟିକେଟ୍ ମିଳିଥିବାରୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଶ୍ରୀ ମହାପାତ୍ରଙ୍କୁ ମିଶାଇ ଇତିମଧ୍ୟରେ କଂଗ୍ରେସର ମୋଟ ୫ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ, ବେଗୁନିଆ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ପିପିଲି ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ଶ୍ରୀ ସାମନ୍ତରାୟ ବିଳମ୍ବରେ ଟିକେଟ୍ ପାଇଥିବାରୁ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ‘ଟଙ୍କା ନେଇ ଟିକେଟ୍ ବାଣ୍ଟୁଥିବା’ର ଅଭିଯୋଗ କରି ନିର୍ବାଚନ ଲଢ଼ିବା ପାଇଁ ରାଜି ହୋଇ ନଥିଲେ। ଏହି ନେତାମାନଙ୍କ ବ୍ୟତୀତ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ତରାଇ ବିଜେପିରେ ଓ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି।



from Odisha Reporter http://bit.ly/2I67hNe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages