
କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଶୁକ୍ରବାର ରାତିରେ ଏକ ହାଇଜୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ ଆୟୋଜକ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଥିଲା। ଏହି ମ୍ୟାଚରେ ହିରୋ ସାଜିଥିଲେ ଆରସିବି ଅଧିନାୟକ ବିରାଟ କୋହଲି।
ବିରାଟଙ୍କ ଶତକ ବଳରେ ଆରସିବି ବିଶାଳ ସ୍କୋର ଛିଡ଼ା କରିଥିଲା। କେକେଆର ମଧ୍ୟ ପ୍ରଶଂସନୀୟ ବ୍ୟାଟିଂ କରିଥିଲେ ହେଁ, ବିଜୟରୁ ୧୦ ରନରେ ପଛରେ ରହିଯାଇଥିଲା। ମ୍ୟାଚରେ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବିରାଟ ଶତକୀୟ ଇନିଂସ୍ ବ୍ୟତୀତ ଫିଲ୍ଡିଂରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ।
୩୦ ବର୍ଷୀୟ ବିରାଟ୍ ଦୁଇଟି କ୍ୟାଚ୍ ଏବଂ ଗୋଟିଏ ରନ୍ ଆଉଟ୍ ମଧ୍ୟ କରିଥିଲେ। ତେବେ ଏହି ମ୍ୟାଚରେ କୋହଲିଙ୍କ ଏକ କ୍ୟାଚ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କୋଲକାତା ଇନିଂସର ପଞ୍ଚମ ଓଭରରେ ଶୁବମାନ୍ ଗିଲ୍ (୯)ଙ୍କ କ୍ୟାଚ୍ କୋହଲି ନେଇଥିଲେ। ତେବେ କୋହଲି ଏହି କ୍ୟାଚକୁ ସହଜରେ ଧରି ପାରିଥିଲେ। ଏକ ସମୟରେ ଲାଗୁଥିଲା, କୋହଲି କ୍ୟାଚକୁ ନେଇପାରିବେ ନାହିଁ। କିନ୍ତୁ ସେ ନିଜ ପ୍ରୟାସ ଛାଡ଼ି ନଥିଲେ।
ପଛକୁ ଦୌଡ଼ି କୋହଲି ଦ୍ୱିତୀୟ ପ୍ରୟାସରେ ନିଜ ବାମ ହାତରେ କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ। ଏହା ମଧ୍ୟରେ ସେ ତଳେ ପଡ଼ିବାରୁ ମଧ୍ୟ ବର୍ତ୍ତିଯାଇଥିଲେ। କ୍ୟାଚ୍ ଧରିବା କୋହଲି ନିଜ ହସକୁ ନିୟନ୍ତ୍ରଣରେ ରଖିପାରିନଥିଲେ। ଏପରିକି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ମଧ୍ୟ କୋହଲିଙ୍କ ଏହି କ୍ୟାଚକୁ ନେଇ ଖୁବ୍ ମଜା ଉଠାଇଥିଲେ।
ଦେଖନ୍ତୁ ଭିଡିଓ
Virat's juggling catch https://t.co/KRKVHb3vqT via @ipl
— bishwa mohan mishra (@mohanbishwa) April 20, 2019
from Odisha Reporter http://bit.ly/2GvnPwa
No comments:
Post a Comment