
ନୂଆଦିଲ୍ଲୀ: କଂଗ୍ରେସର ସମସ୍ତ ପଦ ସହ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି।
କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରିୟଙ୍କା ଶିବସେନାରେ ସାମିଲ୍ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ପ୍ରିୟଙ୍କା ଚତୁର୍ବେଦୀ ଓ କଂଗ୍ରେସରେ ତାଙ୍କର ଗୁରୁତ୍ୱ କେତେ ରହିଥିଲା।
ପ୍ରିୟଙ୍କା ଚତୁର୍ବେଦୀଙ୍କର ଜନ୍ମ ୧୯ ନଭେମ୍ୱର ୧୯୭୯ରେ ମୁମ୍ୱାଇ ମହାରାଷ୍ଟ୍ରରେ ହୋଇଥିଲା। ସେ ଉତ୍ତରପ୍ରଦେଶର ମଥୁରାରେ ରୁହନ୍ତି। ଜୁହୁର ସେଣ୍ଟ ଜୋସେଫ୍ ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିବା ପ୍ରିୟଙ୍କା କମର୍ସରେ ଡିଗ୍ରୀ କରିଛନ୍ତି। ବହି ପଢ଼ିବା ଓ ବ୍ଲଗ୍ ଲେଖିବାକୁ ରୁଚି ରଖୁଥିବା ପ୍ରିୟଙ୍କା ସାମ୍ୱାଦିକତାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।
ଏହା ସହିତ ତାଙ୍କର ଏକ ଚାରିଟେବୁଲ୍ ଟ୍ରଷ୍ଟ ରହିଛି। ଏହି ଟ୍ରଷ୍ଟ ଦୁଇଟି ସ୍କୁଲକୁ ଚଲାଇଥାଏ ଏବଂ ୨୦୦ରୁ ଅଧିକ ଗରିବ ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ସାହାଯ୍ୟ କରିଥାଏ।
କେବଳ ଏତିକି ନୁହେଁ, ପ୍ରିୟଙ୍କା ଦୁଇଟି ବେସରକାରୀ ସଂସ୍ଥାର ଟ୍ରଷ୍ଟି ମଧ୍ୟ ଅଛନ୍ତି। ଛୁଆଙ୍କୁ ଶିକ୍ଷା ଦେବା, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାରେ ସେ ସାହାଯ୍ୟ କରିଥାନ୍ତି।
ପ୍ରିୟଙ୍କାଙ୍କ ରାଜନୈତିକ ଯାତ୍ରା
୨୦୧୦ ମସିହାରେ ପ୍ରିୟଙ୍କା ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୨ରେ ସେ ଭାରତୀୟ ଯୁବ କଂଗ୍ରେସର ମୁମ୍ୱାଇ ଉତ୍ତର ପଶ୍ଚିମର ମହାସଚିବ ଭାବରେ ନିଯୁକ୍ତ ହୋଇଥିଲେ। ସର୍ବଦା କଂଗ୍ରେସ ପାଇଁ ଟ୍ୱିଟର ଓ ଅନ୍ୟାନ୍ୟ ସୋଶାଲ ମିଡିଆରେ ପକ୍ଷ ରଖୁଥିବା ପ୍ରିୟଙ୍କା ୨୦୧୩ ମସିହାରେ ‘ଅଖିଳ ଭାରତୀୟ କଂଗ୍ରେସ’ ପାର୍ଟିର ପ୍ରବକ୍ତା ହୋଇଥିଲେ। ଏହାପରେ କଂଗ୍ରେସ ପ୍ରିୟଙ୍କାକୁ ସଂଚାର ବିଭାଗର ସଦସ୍ୟ ଭାବରେ ଦାୟିତ୍ୱ ଦେଇଥିଲା।
ଲଣ୍ଡନ ଯାଇ ଲୋକତନ୍ତ୍ର ଉପରେ ଅଧ୍ୟୟନ କରିବା ପରେ ପ୍ରିୟଙ୍କାଙ୍କ ନାମ ୨୦୧୬ରେ ଭାରତର ସର୍ବଶ୍ରେଷ୍ଠ ପ୍ରଭାବଶାଳୀ ୧୦ ମହିଳା ରାଜନେତାଙ୍କ ମଧ୍ୟରେ ସାମିଲ ହୋଇଥିଲା।
କିନ୍ତୁ ଶୁଣିବାକୁ ମିଳିଥିଲା ଯେ, କିଛି ଦିନ ପୂର୍ବରୁ ପ୍ରିୟଙ୍କାଙ୍କ ସହିତ ପାର୍ଟିର ସଦସ୍ୟମାନେ ଖରାପ ବ୍ୟବହାର କରିଥିବା ମାମଲା ଉଠିଥିଲା। ଏହାକୁ ନେଇ ସେ ଟ୍ୱିଟ୍ କରି ମଧ୍ୟ ଦୁଃଖପ୍ରକାଶ କରିଥିଲେ। ପରେ ଏହି ମାମଲାର ସମାଧାନ ନ ହେବା ଯୋଗୁ ପ୍ରିୟଙ୍କା ନିଜର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି।
from Odisha Reporter http://bit.ly/2IKoWcO
No comments:
Post a Comment