ଟେଷ୍ଟ ଡ୍ରାଇଭ ନାଁରେ ଗାଡ଼ି ଧରି ଛୁ’ ମାରୁଥିବା ଧୁରନ୍ଧର ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଟେଷ୍ଟ ଡ୍ରାଇଭ ନାଁରେ ଗାଡ଼ି ଧରି ଛୁ’ ମାରୁଥିବା ଧୁରନ୍ଧର ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ିକୁ ବିକ୍ରି ପାଇଁ OLXରେ କୌଣସି ବିଜ୍ଞାପନ ଦେଇଛନ୍ତି କି? ଯଦି ହଁ, ତାହାହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଟେଷ୍ଟ ଡ୍ରାଇଭ୍ ନାଁରେ ଆପଣଙ୍କ ଗାଡ଼ିକୁ ହରଣଚାଳ କରାଯାଇପାରେ। ଆଖି ସାମ୍ନାରେ ଆପଣଙ୍କ ଗାଡ଼ିକୁ ଧରି ଛୁ’ ମାରିପାରନ୍ତି ଲୁଟେରା। ଏମିତି ଜଣେ ଧୁରନ୍ଧର ଚୋରକୁ ଆଜି କମିଶନରେଟ୍‌ ପୁଲିସ ଗିରଫ କରିଛି। ତା’ ପାଖରୁ ୧୬ଟି ବାଇକ୍‌ ଜବତ କରିଛି।

ଗିରଫ ହୋଇଥିବା ଚୋରର ନାଁ ହେଉଛି ଏସ୍.ଅମିତ ପାତ୍ର। ତା’ ଘର ଗଞ୍ଜାମ ଜିଲ୍ଲାରେ। ସେ ମ୍ୟାଟ୍ରିକ୍ ପାସ୍ କରିଛି। କୌଣସି ବୈଷୟିକ ଜ୍ଞାନକୌଶଳ ଜାଣି ନଥିଲେ ମଧ୍ୟ ସେ ଗାଡ଼ି ଚୋରା ଚାଲାଣରେ ମାହିର। ସେ ପ୍ରଥମେ OLXରେ ବିଜ୍ଞାପନ ଦେଇଥିବା ବିକ୍ରେତାଙ୍କୁ ଟେଷ୍ଟ ଡ୍ରାଇଭ୍ ପାଇଁ ଫୋନ୍ କରି ନିର୍ଦ୍ଧିଷ୍ଟ ସ୍ଥାନକୁ ଡାକିଥାଏ। ବିକ୍ରେତା ସ୍ଥିରୀକୃତ ସ୍ଥାନରେ ପହଞ୍ଚିଲେ ସନ୍ଦେହ ଦୂର କରିବା ପାଇଁ କିଛି ଆଡ୍‌ଭାନ୍ସ ଟଙ୍କା ଦେଇଥାଏ। ତା’ପରେ ବିକ୍ରେତାଠାରୁ ଗାଡ଼ି ଧରି ପାର୍ ହୋଇଯାଏ। ନିରାପଦ ଦୂରତାକୁ ଯିବା ପୂର୍ବରୁ ଗାଡ଼ି ବିକ୍ରେତାଙ୍କ ଗୋଟିଏ ଦୁଇଟି କଲ ଉଠାଏ ଅମିତ। ଆଉ ତା’ପରେ ମୋବାଇଲ୍‌ ସୁଇଚ୍ଅଫ୍ କରିଦିଏ।

ଗୋଟିଏ କି ଦୁଇଟି ନୁହଁ। ରାଜଧାନୀରେ ଅନେକ ଥର ଏଭଳି କାଇଦାରେ ଯାନବାହନ ଲୁଟ୍‌ପାଟ୍ କରିଛି ଏସ୍.ଅମିତ ପାତ୍ର। ତାଙ୍କର କ୍ରାଇମ୍ ଅପରେଟିଂ ଏରିଆ ହେଉଛି ଭୁବନେଶ୍ୱର, କଟକ ଓ ପୁରୀ। ପୁଲିସର କହିବା କଥା, ନୟାଗ଼ଡର ନିର୍ଦ୍ଦିଷ୍ଟ ଜଣେ ଗ୍ୟାରେଜ ମାଲିକଙ୍କୁ ଅମିତ ଚୋରି ହୋଇଥିବା ଏସବୁ ଗାଡ଼ି ଯୋଗାଇଥାଏ। ପ୍ରତି ଗାଡ଼ି ପିଛା ଅମିତ ପାଏ ୧୦ ହଜାର ଟଙ୍କା।

ତେବେ ଲକ୍ଷ୍ମୀସାଗର, ଲିଙ୍ଗରାଜ ଓ ନୟାପଲ୍ଲୀ ଥାନାରେ OLX ଜରିଆରେ ଗାଡି ଚୋରି ନେଇ ଏକାଧିକ ଅଭିଯୋଗ ହୋଇଥିଲା। ଏହାପରେ ମାମଲାର ଖୋଳତାଡ଼ କରିବା ସହ କମିଶନରେଟ୍ ପୁଲିସ ୧୬ଟି ବାଇକ୍ ଜବତ କରିବା ସହ ଘଟଣାର ପର୍ଦ୍ଦାଫାସ୍ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ।



from Odisha Reporter http://bit.ly/2VpuqAF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages