ଓଡ଼ିଶାରେ ଅତ୍ୟାଚାରୀ ଓ ଭ୍ରଷ୍ଟାଚାରୀ ସରକାରର ପତନ ଆସନ୍ନ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଓଡ଼ିଶାରେ ଅତ୍ୟାଚାରୀ ଓ ଭ୍ରଷ୍ଟାଚାରୀ ସରକାରର ପତନ ଆସନ୍ନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାରେ ବିଜେପି ସରକାର ହେଲେ ରାଜ୍ୟରେ ଅତ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀର ଦୁର୍ଗ ପତନ ହେବ ବୋଲି ଯାଜପୁର ଜିଲ୍ଲା ସୁକିନ୍ଦା ଓ ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ମୟୂରଭଞ୍ଜର ବିକାଶ ହେବା ସହ ଶିମିଳିପାଳର ପର୍ଯ୍ୟଟନ ବୃଦ୍ଧି ପାଇବ। ଛଉ ନୃତ୍ୟର ମର୍ଯ୍ୟାଦା ବଢିବା ସହ ଆଦିବାସୀ ଲୋକଙ୍କୁ ରୋଜଗାର ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ୧୯ ବର୍ଷର ଶାସନରେ ଏ ଅଂଚଳରେ ଶୁଦ୍ଧ ପିଇବା ପାଣି ନାହିଁ, ଜଳସେଚନ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ରୋଜଗାରର ଉପଲବ୍ଧ ନଥିବାରୁ ଯୁବକ ବାହାରକୁ ଯାଉଛି । ଏଥିରେ ଓଡ଼ିଶାର ବିକାଶ କରିଥିବା ନବୀନ ବାବୁ କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ପାଇଁ ଚିକିତ୍ସା ସୁବିଧା ସ୍ୱରୂପ ବର୍ଷକୁ ୫ ଲକ୍ଷ ଟଙ୍କାର ଆୟୁଷ୍ମାନ ଯୋଜନାରେ ବ୍ୟବସ୍ଥା କଲେ। ମାତ୍ର ଓଡିଶାରେ ନବୀନ ବାବୁ ଏହି ଯୋଜନା ଲାଗୁ କଲେ ନାହିଁ। ସେହିପରି ଓଡ଼ିଶାର ଚାଷୀଙ୍କୁ ଆର୍ଥିକ ସହାୟତା ସ୍ୱରୂପ ବର୍ଷକୁ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କଲେ। କିନ୍ତୁ ନବୀନ ବାବୁ ଚାଷୀଙ୍କ ତାଲିକା ଦେଲେନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାଧାରଣ ଚାଷୀ ଲାଭ ପାଇନାହାନ୍ତି। ରାଜ୍ୟ ସରକାର ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ଆପଣାଇଛନ୍ତି। ଓଡ଼ିଶା ଲୋକ ଦୁଃଖ ଓ କଷ୍ଟରେ ରୁହନ୍ତୁ ମାତ୍ର ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ନାଁ ନହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ କହୁଛନ୍ତି। ଯେତେବେଳେ ପ୍ରଜାତନ୍ତ୍ରରେ ଶାସକ ସ୍ୱେଚ୍ଛାଚାରୀ ହୋଇଯାଏ, ଏପ୍ରକାର ଆଭିମୁଖ୍ୟ ଗ୍ରହଣ କରିଥାଏ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସରକାର ହେବା ଚାହୁଁନାହାନ୍ତି। ସାଢ଼େ ୪ କୋଟି ଓଡିଆ ଲୋକ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ନବୀନ ବାବୁ ଓ ତାଙ୍କ ‘ବୃଦ୍ଧ ବ୍ୟାଘ୍ର’ ଘଡ଼େଇ ବାବୁ ବାଧା ସୃଷ୍ଟି କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପାଇଁ କଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି। ମୋଦି ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାରକୁ ବିଜୁଳି ପହଞ୍ଚାଇଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୪୦ ଲକ୍ଷ ଘରେ ମାଆ ଭଉଣୀଙ୍କ ପାଇଁ ମାଗଣାରେ ଏଲପିଜି ଗ୍ୟାସ ଦେବାର ବ୍ୟବସ୍ଥା କରିଛନ୍ତି। ଅନ୍ୟପକ୍ଷେ ବିଜୁ ଜନତା ଦଳର ଲୋକମାନେ ଏ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପିସି ନେଉଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ମାଆ ଭଉଣୀମାନେ ସବୁଠୁ ଉତ୍ପୀଡ଼ିତ। ସାଢ଼େ ୪ କୋଟି ଓଡିଆଙ୍କୁ ନବୀନ ବାବୁ ତାଙ୍କ ପରିବାର ବୋଲି କହୁଛନ୍ତି। ତେବେ ସୁକିନ୍ଦାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଗଲା। ଏଥିରେ ଘଡ଼େଇ ବାବୁଙ୍କ ଜ୍ୱାଇଁ ସଞ୍ଜୀବ ସାମନ୍ତରାୟ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଘଡ଼େଇ ବାବୁ ନବୀନଙ୍କ ପାଖ ଲୋକ ବୋଲି ନବୀନ ବାବୁ ତାଙ୍କର ଚାରି ଖୁଣ ମାଫ୍ କଲେ। ମାତ୍ର ଓଡ଼ିଆ ଲୋକେ ଏହାକୁ ମାଫ୍ କରିପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମୋଦିଙ୍କ ବ୍ୟାପକ ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ଇର୍ଷାନ୍ୱିତ ହୋଇ ଦିଲ୍ଲୀରେ ମହାଅପମିଶ୍ରଣ ସରକାରକୁ ସମର୍ଥନ କରିବାକୁ ବାହାରିଛନ୍ତି। ନବୀନ ବାବୁ ଓଡ଼ିଶାର ଚାବିକାଠି ସମ୍ଭାଳିପାରୁନାହାନ୍ତି, ରତ୍ନଭଣ୍ଡାର ଚାବି ହଜାଇ ଦେଇ ଦିଲ୍ଲୀ ଭଣ୍ଡାରର ଚାବିକାଠି ରଖିବାକୁ ବାହାରିଛନ୍ତି ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି।

ଏ ନିର୍ବାଚନ କେବଳ ବିଧାୟକ ଓ ସାଂସଦ ନିର୍ବାଚିତ କରିବା ପାଇଁ ନୁହେଁ, କିଏ ଦେଶକୁ ସୁରକ୍ଷିତ ରଖିବ, ଓଡିଶାର ସ୍ୱାଭିମାନ କିଏ ବଞ୍ଚାଇ ରଖିବ, ଓଡ଼ିଶାର ନାଁ କିଏ କରିବ ଓ ଓଡ଼ିଶାର ବିକାଶ କିଏ କରିବ ସେ ସମ୍ପର୍କରେ ଲୋକେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ୧୯ ବର୍ଷ ରାଜ୍ୟ ଶାସନରେ ବିକାଶରେ ପଛରେ ପଡ଼ିଥିବା ଓଡ଼ିଶାକୁ ଆଗକୁ ନେବା ପାଇଁ ଏକ ଡବଲ ଇଂଜିନ୍ ସରକାର ପାଇଁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଆହ୍ୱାନ କରିଛନ୍ତି।



from Odisha Reporter http://bit.ly/2voOeFt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages