
ବରଗଡ଼(ଦୀପକ ଶର୍ମା): ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଗାଡ଼ି ଉପରକୁ ଢେଲା-ପଥର ମାଡ଼ ହୋଇଛି। ଢେଲା ମାଡ଼ରେ ଗାଡିର କାଚ ଭାଙ୍ଗି ଯାଇଛି। ଆକ୍ରମଣ ସମୟରେ ଗାଡ଼ି ଭିତରେ ସନତ ଓ ତାଙ୍କ ସମର୍ଥକ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଆକ୍ରମଣ ବିଜେଡି କର୍ମୀମାନେ କରିଥିବା ବିଜେପି ଅଭିଯୋଗ କରିଛି।
ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ବିପକ୍ଷରେ ବିଜେପିରୁ ସନତ ଗଡ଼ତିଆ ପ୍ରାର୍ଥୀ ହୋଇଛନ୍ତି। ଆଜି ସନତ ଗଡ଼ତିଆ ଓ ତାଙ୍କ ସମର୍ଥକ କନ୍ଧରା ଗାଁକୁ ଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କ ଗାଡ଼ି ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଫଳରେ ତାଙ୍କ ଗାଡ଼ର କାଚ ଭାଙ୍ଗି ଯାଇଥିଲା। ଗାଡ଼ି ଭିତରେ ଥିବା ସନତ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି।
ଢେଲାପଥର ମାଡ଼ ନେଇ ସନତ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାରୁ ପ୍ରକାଶ, ଦ୍ୱିତୀୟ ପର୍ଯ୍ୟାୟରେ ବିଜେପୁର ନିର୍ବାଚନରେ ନିର୍ବାଚନ ହେବ। ଗତକାଲି ସନ୍ଧ୍ୟାରୁ ପ୍ରଚାର ସରିଛି। ଆସନ୍ତାକାଲି ସେଠାରେ ମତଦାନ ହେବାକୁ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ପୂର୍ବରୁ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି।
—
from Odisha Reporter http://bit.ly/2V3WvgB
No comments:
Post a Comment