ମନ୍ତ୍ରୀଙ୍କ ଧମକ: କଂଗ୍ରେସକୁ ଭୋଟ ନ ଦେଲେ ଇଲେକ୍ଟ୍ରି ଶକ୍ ଲାଗିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ମନ୍ତ୍ରୀଙ୍କ ଧମକ: କଂଗ୍ରେସକୁ ଭୋଟ ନ ଦେଲେ ଇଲେକ୍ଟ୍ରି ଶକ୍ ଲାଗିବ

କୋରାର: ଛତିଶଗଡ଼ରେ କ୍ଷମତାସୀନ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା କାୱାସି ଲାଖମ ଆଜି କ୍ୟାମେରା ସାମ୍ନାରେ ଦଳ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, ଇଭିଏମ୍‌ରେ ଥିବା ପ୍ରଥମ ବଟନ୍‌କୁ ସମସ୍ତେ ଦବାଇବେ। ଅନ୍ୟ ବଟନ୍‌ ଦବାଇଲେ ଆପଣମାନଙ୍କକୁ ବିଦ୍ୟୁତ୍‌ କରେଣ୍ଟର ଝଟ୍‌କା ଲାଗିବ। ମନ୍ତ୍ରୀ ମହାଶୟଙ୍କ ଏଭଳି ବୟାନ ଭାଇରାଲ୍‌ ହେବା ପରେ ନିର୍ବାଚନ କମିଶନ ତାଙ୍କୁ ନୋଟିସ୍‌ ପଠାଇ ଜବାବ ତଲବ କରିଛନ୍ତି।

ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କାୱାସି କହିଥିଲେ ଯେ “କଂଗ୍ରେସ ପ୍ରାର୍ଥୀ ବିରେଶ ଠାକୁରଙ୍କୁ ଭୋଟ୍‌ ଦେବାକୁ ଆପଣମାନେ ଇଭିଏମର ପ୍ରଥମ ବଟନ୍‌କୁ ହିଁ ଦବାଇବେ। ଯଦି ଆପଣ ଦ୍ୱିତୀୟ କିମ୍ବା ତୃତୀୟ ବଟନ୍‌ ଦବାନ୍ତି, ତା’ହେଲେ ଆପଣମାନଙ୍କୁ କରେଣ୍ଟ ଲାଗିଲା ଭଳି ଝଟ୍‌କା ଅନୁଭବ ହେବ। କିନ୍ତୁ ପ୍ରଥମ ବଟନ୍‌ରେ କରେଣ୍ଟ ନ ମାରିବା ଭଳି ବ୍ୟବସ୍ଥା ଆମେ କରିଛୁ।”

ବାରମ୍ବାର କାୱାସି ଏଭଳି କହିବାରୁ ସେଠାରେ ଉପସ୍ଥିତ ଲୋକମାନେ କେବଳ ହସିଥିଲେ। ୫ଥର ବିଧାୟକ ହୋଇଥିବା କାୱାସି ଏବେ ଛତିଶଗଡ଼ ସରକାରେ ଅବକାରୀ, କର୍ମସ ଓ ଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

କାୱାସିଙ୍କ ଏଭଳି ଧମକପୂର୍ଣ୍ଣ ବୟାନ ଭାଇରାଲ ହେବା ପରେ ଛତିଶଗଡ଼ ବିଜେପି ପକ୍ଷରୁ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲା। ଏହାପରେ କମିଶନ ୩ ଦିନ ମଧ୍ୟରେ ଏ ସମ୍ପର୍କରେ ଜବାବ ରଖିବାକୁ କାୱାସିଙ୍କୁ ନୋଟିସ୍‌ କରିଛନ୍ତି।



from Odisha Reporter http://bit.ly/2UpHiSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages