ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିରେ କମଲନାଥଙ୍କ ଭଣଜାଙ୍କୁ ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିରେ କମଲନାଥଙ୍କ ଭଣଜାଙ୍କୁ ଜେରା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଜେରା କରିଛି।

ପୁରୀ କହିଛନ୍ତି, “ଇଡି ତଦନ୍ତରେ ମୁଁ ପୂର୍ଣ୍ଣ ସହଯୋଗ କରିଛି। ଆଗକୁ ମଧ୍ୟ କରିବି। ମୋର ପ୍ରତିରକ୍ଷା ଡିଲ୍‌ ସହ କୌଣସି ସମ୍ପର୍କ ନାହିଁ। ମୋ ପରିବାରରେ ମଧ୍ୟ କେହି ଏହି ଡିଲ୍‌ ସହ ଜଡ଼ିତ ନାହାନ୍ତି। ମୁଁ ସ୍ୱାଧୀନ ଭାବେ ଏକ ବ୍ୟବସାୟ କରେ। ଇଡି କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥା ମୋ ଠାରୁ ଯେକୌଣସି ସ୍ପଷ୍ଟୀକରଣ ଚାହିଁବେ, ତା’କୁ ଦେବାକୁ ମୁଁ ପ୍ରସ୍ତୁତ। ମୁଁ ଏବେ ବି କହୁଛି ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଡିଲ୍‌ ସହ ମୋର କୌଣସି ସମ୍ପର୍କ ନାହିଁ।”

ଇଡି ଏହି ଘଟଣାରେ ରାଜୀବ ସକ୍ସେନା ନାମକ ଜଣେ ବ୍ୟକ୍ତିଙ୍କୁ ଦୁବାଇରୁ ଗିରଫ କରି ଏଠାକୁ ଆଣିଛି। ତାଙ୍କୁ ଜେରା କରିବା ବେଳେ ସେ ହିନ୍ଦୁସ୍ତାନ ପାୱାର ପ୍ରୋଜେକ୍ଟର ବୋର୍ଡରେ ନିର୍ଦ୍ଦେଶକ ଥିବା ଶ୍ରୀ ପୁରୀଙ୍କ ନାଁ ନେଇଥିଲେ। ଏହାକୁ ଆଧାର କରି ଇଡି ଶ୍ରୀ ପୁରୀଙ୍କୁ ଜେରା କରିଛି।

ଏହି ଜେରା ପୂର୍ବରୁ ସିବିଆଇ ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡର ମଧ୍ୟସ୍ଥି ଖ୍ରୀଷ୍ଟିୟାନ ମିସେଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ୨୦୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜଶିଟ୍‌ରେ ମିସେଲ୍‌ର ବୟାନ ମଧ୍ୟ ରହିଛି। ଏହି ଚାର୍ଜଶିଟ୍‌ରେ କଂଗ୍ରେସ ନେତାମାନଙ୍କ ସମ୍ପର୍କରେ ମଧ୍ୟ କିଛି ତଥ୍ୟ ଥିବା ଜଣାପଡ଼ିଛି।



from Odisha Reporter https://ift.tt/2uIhIhp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages