ମ୍ୟାଲେସିୟା ବିପକ୍ଷ ମହିଳା ହକି ସିରିଜ୍: ପ୍ରଥମ ମ୍ୟାଚରେ ଭାରତର ସହଜ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ମ୍ୟାଲେସିୟା ବିପକ୍ଷ ମହିଳା ହକି ସିରିଜ୍: ପ୍ରଥମ ମ୍ୟାଚରେ ଭାରତର ସହଜ ବିଜୟ

କୁଆଲାଲୁମ୍ପୁର: ମ୍ୟାଲେସିୟା ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଷ୍ଟ୍ରାଇକର ବନ୍ଦନା କାଟାରିୟାଙ୍କ ଡବଲ୍ ଗୋଲ ବଳରେ ଭାରତୀୟ ମହିଳା ହକି ଟିମ୍ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମାଲେସିୟାକୁ ୩-୦ ଗୋଲରେ ପରାସ୍ତ କରିଛି।

ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଭାରତ ପକ୍ଷରୁ ବନ୍ଦନା ଦୁଇଟି (୧୭ତମ ଓ ୬୦ତମ) ଓ ଲାଲରେମଶିଆମି (୩୮ତମ) ଗୋଟିଏ ଗୋଲ୍ ଦେଇଥିଲେ।

ମ୍ୟାଚ୍ ଆରମ୍ଭରୁ ମ୍ୟାଲେସିୟା ଆକ୍ରମଣ କରିଥିଲା। ଫଳସ୍ୱରୂପ ଦଳକୁ ତୃତୀୟ ମିନିଟରେ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଭାରତୀୟ ଗୋଲକିପର ସବିତା ଚମତ୍କାର ଢଙ୍ଗରେ ରୋକି ନେଇଥିଲେ। ଦୁଇ ମିନିଟ୍ ବ୍ୟବଧାନରେ ଅର୍ଥାତ୍ ମ୍ୟାଚର ପଞ୍ଚମ ମିନିଟରେ ଲାଲରେମଶିଆମି ସାହସିକ ଶଟ୍ ମାରିଥିଲେ, କିନ୍ତୁ ଏହାକୁ ଘରୋଇ ଦଳର ଗୋଲକିପର ରୋକିବାରେ ସଫଳ ହୋଇଥିଲେ।

କିଛି ସମୟ ପରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏହାର ଫାଇଦା ଟିମ ଖେଳାଳିମାନେ ଉଠାଇପାରି ନଥିଲେ। ଏହିପରି ଭାବେ ପ୍ରଥମ କ୍ୱାର୍ଟର ବିନା ଗୋଲରେ ଶେଷ ହୋଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ୧୭ତମ ମିନିଟରେ ବନ୍ଦନା ଚମତ୍କାର ଫିଲ୍ଡ ଗୋଲ୍ ଦ୍ୱାରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହି ଗୋଲ୍ ସହ ଭାରତ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଅଗ୍ରଣୀ କାଏମ ରଖିଥିଲା। ୩୮ତମ ମିନିଟରେ ଲାଲରେମଶିଆମି ଆଉ ଏକ ଦମଦାର ଫିଲ୍ଡ ଗୋଲ୍ ଦେଇ ଭାରତର ସ୍କୋରକୁ ଡବଲ୍ କରିଥିଲେ। ଦୁଇଟି ଗୋଲ୍ ଖାଇବା ପରେ ମ୍ୟାଲେସିୟା ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ ଜାରି ରଖିଥିଲା, କିନ୍ତୁ ଏଥିରେ ସେମାନେ ସଫଳ ହୋଇନଥିଲେ।

ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରର ଶେଷ ମିନିଟରେ ବନ୍ଦନା ଭାରତ ପାଇଁ ତୃତୀୟ ଗୋଲ୍ ସ୍କୋର କରିଥିଲେ। ଏଥିସହ ଭାରତ ମ୍ୟାଚକୁ ୩-୦ ଗୋଲରେ ଜିତି ନେଇଥିଲା। ଶନିବାର ଭାରତୀୟ ମହିଳା ଟିମ୍ ତା’ର ପରବର୍ତ୍ତୀ ମ୍ୟାଚ୍ ଖେଳିବ।



from Odisha Reporter https://ift.tt/2WIN6rV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages