ବିନା ପରିଚୟ ପତ୍ରରେ ଭୋଟ ଦେବାକୁ ପଶିଆସିଲେ, ଗୁଳି ଚଳାଇଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ବିନା ପରିଚୟ ପତ୍ରରେ ଭୋଟ ଦେବାକୁ ପଶିଆସିଲେ, ଗୁଳି ଚଳାଇଲା ପୁଲିସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାମିଲ ନାମକ ସ୍ଥାନରେ ଭୋଟର ପରିଚୟ ପତ୍ର ନଥିବା କିଛି ଲୋକ ଜୋର ଜବରଦସ୍ତ ଭୋଟ୍‌ ଦେବାକୁ ପ୍ରୟାସ କରିବାରୁ ସୁରକ୍ଷା ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବଳ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି। ସେମାନେ ଗୋଷ୍ଠୀଗତ ଭାବେ ଧସେଇ ପଶିବାର ଉଦ୍ୟମ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏ ବିଷୟରେ କହିଛନ୍ତି, ବିଏସ୍‌ଏଫ୍‌ ସୁରକ୍ଷା କର୍ମୀ ସୁରକ୍ଷାଗତ କାରଣରୁ ଫାଙ୍କା ଗୁଳି ଚାଳନା କରିଥିଲେ। ସେମାନେ ବିନା ଭୋଟର ଆଇଡିରେ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଏଭଳି ଘଟିଥିଲା। ବର୍ତ୍ତମାନ ସ୍ୱାଭାବିକ ଭାବରେ ପୁଣି ଭୋଟିଂ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଭୋଟରମାନେ ବିଏସ୍‌ଏଫ୍‌ ସହିତ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ବୁଥ୍‌ କ୍ୟାପ୍‌ଚର କରିବା ପ୍ରୟାସକୁ ବିଏସ୍‌ଏଫ୍‌ ବିରୋଧ କରିବାରୁ ଏଭଳି ସ୍ଥିତି ଉପୁଜିଥିଲା।



from Odisha Reporter http://bit.ly/2v0r0VW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages