
ଦାରିଙ୍ଗିବାଡ଼ି (ଅଜିତ୍ ନାୟକ):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଗସ୍ତରେ ଆସି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ ନବୀନ। ନିର୍ବାଚନ ଆସିଲେ କେନ୍ଦ୍ରର ମନ୍ତ୍ରୀମାନେ ଓଡ଼ିଶା କଥା ମନେ ପକାନ୍ତି ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ।
କାଳିଆ ଯୋଜନା ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି । ହେଲେ ମୁଁ ବଞ୍ଚିଥିବା ଯାଏ କେହି ବନ୍ଦ କରିପାରିବେ ନାହିଁ ବୋଲି ସେ ସଭାରେ କହିଥିଲେ। ଏଥିସହ କେନ୍ଦ୍ର ସରକାର ଏମଏସ୍ପି ଦୁଇ ଗୁଣା ବଢ଼ାଇଲେ ନାହିଁ। ଏସ୍ସିଏସଟି ପିଲାଙ୍କ ପାଇଁ ଷ୍ଟାଇପେଣ୍ଡ ଏବଂ କେବିକେ ଯୋଜନା ବନ୍ଦ କଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଥିଲେ।
ଏହା ସହ ସ୍ୱାଧୀନତାକୁ ୭୨ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏ କନ୍ଧମାଳରେ ରେଳ ସଂଯୋଗ ହେଇ ପାରି ନାହିଁ । ଏଥିପାଇଁ ରାଜ୍ୟ ସରକାର ଜମି ଓ ଟଙ୍କା ଯୋଗାଇ ଦେଇଥିଲେ ମଧ୍ୟ ରେଳ ସଂଯୋଗ ହେଇ ନାହିଁ । ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ମାଗିବା ସହ ମତେ ଆଶୀର୍ବାଦ କରନ୍ତୁ। ମୁଁ ମରିବା ପର୍ଯ୍ୟନ୍ତ ଆପଣଙ୍କ ସେବା କରିବି ବୋଲି କହିଥିଲେ ନବୀନ।
from Odisha Reporter http://bit.ly/2P0Qtbd
No comments:
Post a Comment