ନୌସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ନୌସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ବିବାଦ

ନୂଆଦିଲ୍ଲୀ: ଏକ ଅଦ୍ଭୁତ ଘଟଣାକ୍ରମରେ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ପଦବୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାର ଭାଇସ୍‌ ଆଡମିରାଲ କରମବୀର ସିଂହଙ୍କୁ ପରବର୍ତ୍ତୀ ନୌସେନା ପଦବୀରେ ନିଯୁକ୍ତି ଦେଇଛନ୍ତି। ହେଲେ ଏହା ବିରୋଧରେ ଆଉ ଜଣେ ଭାଇସ୍‌ ଆଡମିରାଲ ସ୍ୱର ଉଠାଇଛନ୍ତି। ଏହାକୁ ନେଇ ଭାଇସ୍‌ ଆଡମିରାଲ ବିମଳ ବର୍ମା ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କରମବୀର ସିଂହ ତାଙ୍କ ଠାରୁ ଜୁନିୟର ହୋଇଥିଲେ ହେଁ ସରକାର ତାଙ୍କ ସ୍ୱାର୍ଥ ସାଧନ ପାଇଁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ବିମଲ ବର୍ମା ଅଭିଯୋଗ କରିଛନ୍ତି। ସେ ନିଜ ଜରିଆରେ ଟ୍ରିବ୍ୟୁନାଲରେ ଏଭଳି ଆବେଦନ କରିଛନ୍ତି। ମେ’ ୩୧ରେ ବର୍ତ୍ତମାନର ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ଏହି ପଦବୀରେ ସରକାର କରମବୀର ସିଂହଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଦ୍ୱିତୀୟ ଥର ପାଇଁ ମୋଦି ସରକାର ସେନା ବାହିନୀରେ ବରିଷ୍ଠତାକୁ ଅଣଦେଖା କରିଥିବା ଖବର ସାମ୍ନାକୁ ଆସିଛି। ୨୦୧୬ରେ ସ୍ଥଳସେନା ମୁଖ୍ୟ ଭାବେ ସରକାର ଜେନେରାଲ ବିପନ ରାୱତଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ବରିଷ୍ଠତା ଭିତ୍ତିରେ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ପ୍ରବୀଣ ବକ୍ସି ପରବର୍ତ୍ତୀ ସେନାଧ୍ୟକ୍ଷ ହେବା କଥା। ହେଲେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରିଥିଲେ।



from Odisha Reporter http://bit.ly/2Vvpxmj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages