
ଜୟପୁର: ରବିବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଦଳର ବ୍ୟାଟ୍ସମ୍ୟାନ୍ ରବିନ ଉଥାପ୍ପା ମୁହଁରେ ମାସ୍କ ପିନ୍ଧି ଖେଳିଥିଲେ। ଉଥାପ୍ପାଙ୍କୁ ଏଭଳି ମାସ୍କ ପିନ୍ଧି ଖେଳୁଥିବାରୁ ଦେଖି କିଛି ଫ୍ୟାନ୍ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ।
ତେବେ କ’ଣ ପାଇଁ ଉଥାପ୍ପା ମାସ୍କ ପିନ୍ଧି ଖେଳିଲେ, ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହି ମ୍ୟାଚରେ କେକେଆର ଟିମ ଯେତେବେଳେ ଫିଲ୍ଡିଂ କରିବାକୁ ମଇଦାନକୁ ଓହ୍ଲାଇଲା, ସେହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ସାଧାରଣ ଦର୍ଶକଙ୍କୁ ଝଡ଼ତୋଫାନର ସାମ୍ନା କରିବାକୁ ପଡ଼ିଥିଲା।
ଜୟପୁର ସମେତ ସମଗ୍ର ଉତ୍ତର ଭାରତରେ ଏହି ପ୍ରବଳ ଝଡ଼ତୋଫାନ ହୋଇଥିଲା, ଯେଉଁ କାରଣରୁ ଉଥାପ୍ପା ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଥିଲେ। ତେବେ ଉଥାପ୍ପାଙ୍କୁ ଛାଡ଼ିଦେଲେ କେକେଆରର ଅନ୍ୟ କୌଣସି ଖେଳାଳି ମାସ୍କ ପିନ୍ଧି ନଥିଲେ। ଉଥାପ୍ପାଙ୍କୁ ମାସ୍କ ପିନ୍ଧିଥିବାର ଦେଖି କିଛି ଲୋକେ ଚକିତ ହୋଇପଡ଼ିଥିଲେ।
ମ୍ୟାଚ୍ ପୂର୍ବରୁ ହିଁ ଝଡ଼ତୋଫାନ ଆରମ୍ଭ ହୋଇଥିଲା। ଏହି କାରଣରୁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗ୍ରାଉଣ୍ଡ ଷ୍ଟାଫଙ୍କୁ ମଧ୍ୟ ପିଚ୍ ଓ ଗ୍ରାଣ୍ଡକୁ ବ୍ୟବସ୍ଥିତ କରିବା ପାଇଁ ସାମାନ୍ୟ ସମସ୍ୟା ହୋଇଥିଲା। ଧୂଳି ଓ ଝଡ଼ ଯୋଗୁ କିଛି ସଠିକ୍ ଭାବେ ଦୃଶ୍ୟମାନ ହେଉନଥିଲା। ତେବେ ଏହି ଝଡ଼ତୋଫାନ ସମୟ ପରେ ଥମି ଯାଇଥିଲା ଏବଂ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରିଥିଲା।
from Odisha Reporter http://bit.ly/2D1kJOo
No comments:
Post a Comment