
ଉହାନ୍ (ଚାଇନା): ଚଳିତ ବ୍ୟାଡମିଣ୍ଟନ୍ ଏସିଆ ଚାମ୍ପିଅନଶିପରେ ଭାରତୀୟ ଷ୍ଟାର୍ ଶଟଲର ପିଭି ସିନ୍ଧୁ, ସାଇନା ନେହ୍ୱାଲ ଓ ସମୀର ବର୍ମା ବିଜୟଥର ଅଟକି ଯାଇଛି।
ଶୁକ୍ରବାର ଏହି ତିନି ଭାରତୀୟ ଖେଳାଳି କ୍ୱାର୍ଟରଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ସର୍ବପ୍ରଥମେ କୋର୍ଟକୁ ଓହ୍ଲାଇଥିଲେ, କିନ୍ତୁ କଡ଼ା ସଂଘର୍ଷ ସତ୍ତ୍ୱେ ସେ ଜାପାନର ତୃତୀୟ ସିଡ୍ ଅକାନେ ୟାଗାଗୁଚିଙ୍କଠାରୁ ୧୩-୨୧, ୨୩-୨୧, ୧୬-୨୧ ଗେମରେ ହାରିଯାଇଥିଲେ। ଏହି ମ୍ୟାଚ୍ ୧ ଘଣ୍ଟା ୯ ମିନିଟ୍ ଧରି ଚାଲିଥିଲା।
ରିଓ ଅଲିମ୍ପିକ୍ସ ତଥା ୱାର୍ଲ୍ଡ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା ସିନ୍ଧୁଙ୍କଠାରୁ ବହୁତ ଆଶା ଥିଲା, କିନ୍ତୁ ସେ ସ୍ଥାନୀୟ ଖେଳାଳି କାଇ ୟାନୟାନଙ୍କ ନିକଟରୁ ୧୯-୨୧, ୯-୨୧ ଗେମରେ ପରାସ୍ତ ହୋଇଥିଲେ। ଏହି ମ୍ୟାଚରେ ସିନ୍ଧୁଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା। ୟାନୟାନଙ୍କ କୌଣସି ଶଟର ଜବାବ ସିନ୍ଧୁଙ୍କ ପାଖରେ ନଥିଲା।
ପ୍ରଥମ ସେଟ୍ ହାରିବା ପରେ ଲାଗୁଥିଲା ସିନ୍ଧୁ ପ୍ରତ୍ୟାବର୍ତ୍ତନ କରିବେ। କିନ୍ତୁ ଦ୍ୱିତୀୟ ଗେମରେ ସିନ୍ଧୁ ଏକତରଫା ଭାବେ ହାରି ଯାଇଥିଲେ । ବିଶ୍ୱର ୬ ନମ୍ବର ଖେଳାଳି ସିନ୍ଧୁ ପ୍ରଥମଥର ପାଇଁ ୟାନୟାନଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ସମୀର ବର୍ମା ୧୦-୨୧, ୧୨-୨୧ ଗେମରେ ଚୀନର ଶି ୟୁକିଙ୍କଠାରୁ ହାରିଛନ୍ତି।
from Odisha Reporter http://bit.ly/2GJTiuJ
No comments:
Post a Comment