ମୋଦିଙ୍କ ଧଳା ରୁମାଲ ଆଉ ସମ୍ବଲପୁରୀ ଜ୍ୟାକେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ମୋଦିଙ୍କ ଧଳା ରୁମାଲ ଆଉ ସମ୍ବଲପୁରୀ ଜ୍ୟାକେଟ୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ଖରାର ତାଉ ଆଜି ଭୟଙ୍କର ଥିଲା। ଆଉ ତା ସାଙ୍ଗରେ ମୋଦିଙ୍କ ନବୀନ ବିରୋଧୀ ଭାଷଣ ଏହି ତାତିକୁ ଯେମିତି ଆହୁରି ବଢାଇ ଦେଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ସମ୍ବଲପୁର ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ରେମେଡ ପଡ଼ିଆରେ ଆୟୋଜିତ ସଙ୍କଳ୍ପ ସମାବେଶରେ ଭାଷଣ ଦେଉଥିଲେ। ଏକଦମ୍‌ ଜୋସ୍‌ରେ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ। ବିଜେଡି ସରକାରଙ୍କ ଦୁର୍ନୀତି, ମାଗଣା ଚାଉଳ  ଯୋଗାଣର ଗୁମର ଖୋଲିଥିଲେ ତାଙ୍କ ଭାଷଣରେ। ଆଜି କଥାରେ କଂଗ୍ରେସ ପ୍ରତି କଟାକ୍ଷ କମ୍‌ ଥିବା ପରି ମନେ ହେଉଥିଲା।

ସମ୍ବଲପୁରର ଆଜି ୩୫ ଡିଗ୍ରୀ ତାପମାତ୍ରାକୁ ସାମ୍ନା କରି ଦର୍ଶକଙ୍କୁ ନିଜ ଭାଷଣରେ ବାନ୍ଧି ରଖି ପାରିଥିଲେ ବି ମଝିରେ ମଝିରେ ଧଳା ରୁମାଲ୍‌ରେ ମୋଦିଙ୍କ ମୁହଁ ପୋଛା ଯିମିତି କହୁଥୁଲା ‘ଓଃ ! ଅସହ୍ୟ ଏ ଗରମ! ’।

ହାଲ୍‌କା ରଙ୍ଗର କୁର୍ତ୍ତା ଉପରେ ସମ୍ବଲପୁରୀ ଜ୍ୟାକେଟ ପିନ୍ଧି ନିଜର ସମ୍ବଲପୁର ପ୍ରୀତି ଦେଖାଇ ନ ଥିଲେ, ଆରମ୍ଭରୁ ସମ୍ବଲପୁରୀ ଭାଷାରେ ସ୍ୱାଗତ ଜଣାଇ, ସମଲେଇ ମା’ଙ୍କୁ ଜୁହାର କରି ସମ୍ବଲପୁରୀବାସୀଙ୍କ ମନ କିଣି ନେଇଥିଲେ। ତାଙ୍କ ଗେଟ୍‌ଅପ ଯେମିତି କହୁଥିଲା-‘ମୁଁ ବି ସମ୍ବଲପୁରିଆ…।’ ଲୋକଙ୍କ ମଧ୍ୟରେ ବି ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ମୋଦିଙ୍କୁ ଥରେ ଦେଖିବା ପାଇଁ ଚେୟାର ଉପରେ ଠିଆ ହୋଇ ପଡ଼ୁଥିଲେ ଜନତା।  ମୋଦି ବି ଲୋକଙ୍କ ଆଶା ପୂରଣ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ। ନିଜର ଚିରାଚରିତ ଶୈଳୀରେ ‘ ଭାଇ ଔର ବହନୋଁ..’ରୁ ଆରମ୍ଭ କରିଥିଲେ।  ନବୀନ ସରକାରଙ୍କ ବିରୋଧରେ ବର୍ଷିଲେ, ମୋଦି ସରକାର ଆସିଲେ କ’ଣ କ’ଣ କରିବ ତା’ର ଏକ ଲମ୍ବା ତାଲିକା ଦେଲେ। ୪ ଭାଙ୍ଗିଆ ଧଳା ରୁମାଲ୍‌ରେ ମୁହଁରୁ ବାରମ୍ବାର ଝାଳ ପୋଛୁଥାନ୍ତି। ପୁଣି ଭାଷଣ ଦେଉଥାନ୍ତି। ଛଳରେ, କଳରେ ବିଜେପିର ପ୍ରଚାର କରୁଥାନ୍ତି ଆଉ ଜନତାଙ୍କ ମନୋରଞ୍ଜନ ବି କରୁଥାନ୍ତି।

ଶେଷରେ ଧଳା ରୁମାଲକୁ ସମ୍ପୂର୍ଣ୍ଣ ଖୋଲି ଦେଲେ । ଚଷମା କାଢି ମୁହଁକୁ ଭଲ କରି ପୋଛିନେଲେ। ଆଉ ତା ପରେ ଓଜସ୍ୱିନୀ କଣ୍ଠରେ ନାରା ଦେଲେ। ତା ପୁଣି ସ୍ପଷ୍ଟ ଓଡ଼ିଆରେ । ବେଶ ଉତ୍ସାହିତ ହୋଇପଡ଼ିଲେ ଜନତା।

ଓଡ଼ିଆରେ କ’ଣ କହିଲେ ମୋଦି ଜାଣନ୍ତି?

“ଆସନ୍ତୁ, ମୋ ସହିତ ଗୋଟିଏ ସଙ୍କଳ୍ପ ନିଅନ୍ତୁ ଓ ନାରା ଦିଅନ୍ତୁ। ମୁଁ ଯାହା କହିବି ଆପଣ କହିବେ।”

ବନ୍ଦ ହେବ କଳା କାର୍‌ବାର… ଜନତା କହିଥିଲେ, ଘରେ ଘରେ ଚୌକିଦାର…

ଦେଶଦ୍ରୋହୀ ଉପରେ ହେବ ପ୍ରହାର… ଜନତା କହିଲେ, ଘରେ ଘରେ ଚୌକିଦାର…

ଆତଙ୍କବାଦୀଙ୍କୁ କଡା ପ୍ରହାର… ଘରେ ଘରେ ଚୌକିଦାର….

ଶେଷରେ ପୁଣି ଥରେ ସେଇ ଧଳା ରୁମାଲରେ ମୁହଁ ପୋଛି ପାଣି ପିଇ ମଞ୍ଚରୁ ବିଦାୟ ନେଇଥିଲେ ମୋଦି ।



from Odisha Reporter http://bit.ly/2KHJCoC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages