ବଲିଉଡ୍‌ ଫିଲ୍ମରେ ରାଜନୀତି ଛୁଙ୍କ, ଦର୍ଶକ କରିଥିଲେ ଖୁବ୍‌ ପସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ବଲିଉଡ୍‌ ଫିଲ୍ମରେ ରାଜନୀତି ଛୁଙ୍କ, ଦର୍ଶକ କରିଥିଲେ ଖୁବ୍‌ ପସନ୍ଦ

ମୁମ୍ବାଇ: ସାରା ଦେଶରେ ଏବେ ରାଜନୀତିର ମାହୋଲ୍‌ ଚାଲିଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ି ମଇଦାନ୍‌କୁ ଓହ୍ଲାଇ ସାରିଛନ୍ତି। ତେବେ ରାଜନୀତି ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏହାକୁ ନେଇ ବହୁତ ବଲିଉଡ୍‌ ଫିଲ୍ମ ମଧ୍ୟ ରିଲିଜ୍‌ ହୋଇଛି। ଯାହାକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଛନ୍ତି।

ତେବେ ଆଜି ଆପଣଙ୍କୁ ୬୦ ଦଶକରୁ ଆରମ୍ଭ କରି ଆଜି ଯାଏ ରିଲିଜ୍‌ ହୋଇଥିବା କିଛି ରାଜନୈତିକ ଫିଲ୍ମ ବିଷୟରେ ଜଣାଇବୁ। ଏହି ଫିଲ୍ମ ସବୁ ରାଜନୈତିକ ଡ୍ରାମାଠୁ ଆରମ୍ଭ କରି ଭାରତୀୟ ରାଜନୀତିର ସତ କାହାଣୀ ଉପରେ ମଧ୍ୟ ଆଧାରିତ ହୋଇଥିଲା। ତେବେ ଜାଣନ୍ତୁ ସେହିପରି କିଛି ଫିଲ୍ମଗୁଡ଼ିକ ବିଷୟରେ।

୧. ଲିଡର୍‌

୧୯୬୪ ମସିହାରେ ଆସିଥିଲା ଏହି ପଲିଟିକାଲ୍‌ ବଲିଉଡ୍‌ ଫିଲ୍ମ। ଦିଲିପ୍‌ କୁମାର୍‌ ଏହି ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଜଣେ ଖବରକାଗଜ ସମ୍ପାଦକଙ୍କ ରାଜନୈତିକ ଅଭିସନ୍ଧି  ବିଷୟ ଉପରେ ଆଧାରିତ ଥିଲା। ରାମ ମୁଖାର୍ଜୀ ଏହାକୁ ନିର୍ଦ୍ଦେଶନା ଦେଇଥିଲେ। ସେତେବେଳେ ଏହା ବକ୍ସ ଅଫିସ୍‌ରେ ୬୦ ଲକ୍ଷ ଟଙ୍କା ରୋଜଗାର କରିଥିଲା।

୨.ଗରମ୍‌ ହାୱା

ଏମ୍‌ ଏସ୍‌ ସଥ୍ୟୁ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ଭାରତ ବିଭାଜନ ପରେ ଉତ୍ତର ଭାରତୀୟ ମୁସ୍‌ଲିସ୍‌ଙ୍କ ଦୁର୍ଦ୍ଦଶାକୁ ଚିତ୍ରିତ କରିଥିଲା। ଏହି ଫିଲ୍ମ ରାଷ୍ଟ୍ରୀୟ ଏକୀକରଣ ଉପରେ ଆଧାରିତ ଥିବାରୁ ଜାତୀୟ ପୁରଷ୍କାର ଜିତିଥିଲା।

୩. ଆନ୍ଧି

୧୯୭୫ରେ ଆସିଥିବା ଏହି ଫିଲ୍ମ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ତାଙ୍କ ସ୍ୱାମୀ ଫିରୋଜ୍‌ ଗାନ୍ଧିଙ୍କ ଭିତରେ ଥିବା ମନୋମାଳିନ୍ୟ ଉପରେ ଆଧାରିତ ଥିଲା। ନିର୍ଦ୍ଦେଶକ ଗୁଲ୍‌ଜାର୍‌ ଏହି ପିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଭାରତରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଆସିବାକୁ ଥିବା ଏହି ଫିଲ୍ମକୁ ସେତେବେଳେ ବ୍ୟାନ୍‌ କରିଦିଆଯାଇଥିଲା। ପରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଏହି ଫିଲ୍ମ ରିଲିଜ୍‌ କରାଯାଇଥିଲା।

୪. କିସା କୁର୍‌ସି କା

ଅମ୍ରିତ୍‌ ନାହାଟା ନିର୍ଦ୍ଦେଶନା ଦେଇଥିବା ଏହି ଫିଲ୍ମଟି ଜରୁରୀକାଳୀନ ପରିସ୍ଥିତି ସମୟରେ ଆସିଥିଲା।  ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୀବନ ସହ ଏହା ଜଡ଼ିତ ଥିଲା। ପରେ ଏହାର ପ୍ରିଣ୍ଟକୁ ଜବତ୍‌ କରି ନିଆଯାଇଥିଲା।

୫. ଇନ୍‌କ୍‌ଲାବ୍‌

୧୯୮୪ରେ ଏହି ଫିଲ୍ମଟି ଆସିଥିଲା। ଏଥିରେ ବଲିଉଡ୍ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ଅଭିନୟ କରିଥିଲେ ଏବଂ ତାଙ୍କ ସହ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ଅଭିନୟ କରିଥିଲେ। ଏହା ବକ୍ସ ଅଫିସ୍‌ରେ ୫ କୋଟି ରୋଜଗାର କରିଥିଲା।

୬. ନୂଆ ଦିଲ୍ଲୀ ଟାଇମ୍‌ସ୍‌

୧୯୮୬ରେ ଆସିଥିବା ଏହି ଫିଲ୍ମକୁ ରମେଶ ଶର୍ମା ନିର୍ଦ୍ଦେଶନା ଦେଇଥିଲେ। ବିଶିଷ୍ଟ ଲେଖକ ଗୁଲ୍‌ଜାର୍‌ ଏହାର କାହାଣୀ ଲେଖିଥିଲେ। ବଲିଉଡ୍‌ ଅଭିନେତା ଋଷି କପୁର୍‌ ଏବଂ ଶର୍ମିଲା ଟାଗୋର୍‌ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଖବରକାଗଜର ଜଣେ ସମ୍ପାଦକ ଦୁର୍ନୀତିଗ୍ରସ୍ତ ସରକାରର ମୁଖା ଖୋଲିଦେବା ବିଷୟ ଉପରେ କାହାଣୀଟି ଥିଲା।

୭. ମେଁ ଆଜାଦ୍‌ ହୁଁ

୧୯୮୯ ମସିହାରେ ଏହି ଫିଲ୍ମଟି ଆସିଥିଲା। ତିନ୍ନୁ ଆନନ୍ଦ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅମିତାଭଭ ବଚ୍ଚନ ଏବଂ ସବାନା ଆଜ୍‌ମି ଅଭିନୟ କରିଥିଲେ। ଏହି ଫିଲ୍ମଟି ବେରୋଜଗାର ଯୁବକଙ୍କ ଉପରେ ଆଧାରିତ ଥିଲା।

୮. ହୁ ତୁ ତୁ

୧୯୯୯ରେ ଏହି ଫିଲ୍ମଟି ଆସିଥିଲା ।  ଏହା ଯୁବ ଦମ୍ପତିଙ୍କ କାହାଣୀ ଉପରେ ଆଧରିତ ଥିଲା। ଯେଉଁଥିରେ କି ଦମ୍ପତି ତାଙ୍କ ମାତା ପିତାଙ୍କ ସହ ସଂର୍ଘଷ କରୁଛନ୍ତି, ଆଉ ଏକ ଭ୍ରଷ୍ଟ ରାଜନୈତିକ ସରକାରରେ ରହି କିଛି ନୂଆ ଘଟଣା ଏବଂ ସମାଜ ବଦଳାଇବାର ଆଶା ରଖୁଛନ୍ତି। ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ବଲିଉଡ୍‌ ଅଭିନେତା ସୁନିଲ୍‌ ସେଟ୍ଟି ଏବଂ ତବୁ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ୫ କୋଟି ଟଙ୍କା ରୋଜଗାର କରିବା ସହ ଜାତୀୟ ପୁରଷ୍କାର ମଧ୍ୟ ପାଇଥିଲା।

୯.ହଜାରୋ ଖ୍ୱାଇଷେଁ ଐସି

୨୦୦୫ରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ସୁଦ୍ଧିର ମିଶ୍ରା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ଜରୁରୀକାଳୀନ ସମୟରେ ତିନିଜଣ ଯୁବକ କିପରି ସାମାଜିକ ଏବଂ ରାଜନୈତିକ ପରିସ୍ଥିତି ସହ ଜୁଝୁଛନ୍ତି, ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ବକ୍ସ ଅଫିସ୍‌ରେ ଏହି ଫିଲ୍ମଟି ୪୭ ଲକ୍ଷ ଟଙ୍କା ରୋଜଗାର କରିଥିଲା।

୧୦. ରାଜନୀତି

୨୦୧୦ରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ଏହା ଏକ ରାଜନୈତିକ ଡ୍ରାମା  ଥ୍ରିଲର୍‌ ଫିଲ୍ମ ଥିଲା। ପ୍ରକାଶ ଝା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ବଲିଉଡ୍‌ର ବହୁ ଲୋକପ୍ରିୟ ଅଭିନେତା ଅଜୟ ଦେବଗନ୍‌, ରଣବୀର୍‌ କପୁର୍‌, କ୍ୟାଟ୍ରିନା କୈଫ ଏବଂ ଅର୍ଜୁନ ରାମ୍‌ପାଲ୍‌ଙ୍କ ଭଳି ସେଲିବ୍ରିଟି ଅଭିନୟ କରିଥିଲେ। ବକ୍ସ ଅଫିସ୍‌ରେ ଏହା ୯୩ କୋଟି ରୋଜଗାର କରିଥିଲା।



from Odisha Reporter http://bit.ly/2v3Iu3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages