ବିଜେଡି ଛାଡ଼ି ବିଜେପିରେ ମିଶିଲେ ଡେରାବିଶ ବ୍ଲକ୍ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ବିଜେଡି ଛାଡ଼ି ବିଜେପିରେ ମିଶିଲେ ଡେରାବିଶ ବ୍ଲକ୍ ଅଧ୍ୟକ୍ଷ

888

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅଧ୍ୟକ୍ଷ ସରୋଜ ସାହୁ।
ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଉପସ୍ଥିତରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି।

ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ କହିଛନ୍ତି, ବେଦ ପ୍ରକାଶ ଅଗ୍ରୱାଲଙ୍କ ଅପାରଗତା ଓ ମନମାନି ଯୋଗୁ ଦୀର୍ଘ ଦିନ ହେଲା ଡେରାବିଶ ବ୍ଲକ୍‌ରେ ଅଚଳାବସ୍ଥା ଲାଗି ରହିଛି। ଡେରାବିଶ ବ୍ଲକ୍‌ବାସୀଙ୍କ ଭରସାକୁ ସେ ଭାଙ୍ଗିଛନ୍ତି। ସେମାନଙ୍କ ଉନ୍ନତିରେ ବାଧା ଦେଇଛନ୍ତି। ଦଳୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏ ସଂପର୍କରେ ଜଣାଇଲେ ବି କିଛି ସୁଫଳ ମିଳି ନାହିଁ। ତେବେ ଏନେଇ ବେଦ ପ୍ରକାଶ କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2KrxAzp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages