କଂଗ୍ରେସକୁ ଫେସବୁକ୍ ଝଟକା, ବନ୍ଦହେଲା ୭୦୦ ଆକାଉଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

କଂଗ୍ରେସକୁ ଫେସବୁକ୍ ଝଟକା, ବନ୍ଦହେଲା ୭୦୦ ଆକାଉଣ୍ଟ

ନୂଆଦିଲ୍ଲୀ: ‘ଆପତ୍ତିଜନକ’ କାର୍ଯ୍ୟକଳାପ ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ କଂଗ୍ରେସ ଆଇଟି ସେଲ ସହ ଜଡ଼ିତ ୬୮୭ଟି ଆକାଉଣ୍ଟ ବନ୍ଦ କରିଦେଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଫେକ୍ ଆକାଉଣ୍ଟ ଏବଂ ସ୍ପାମ୍ ରିପୋର୍ଟ ଆଧାରରେ ବିଭିନ୍ନ ସୋଶାଲ ମିଡିଆ କମ୍ପାନୀ ଦମନ ନୀତି ଆପଣାଇଥିବାରୁ କଂଗ୍ରେସର ଆଇଟି ସେଲ ଉପରେ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି।

ଏହି ସବୁ ଆକାଉଣ୍ଟ ଏକ ନେଟ୍ଓ୍ବର୍କ ହିସାବରେ କାର୍ଯ୍ୟ କରୁଥିଲା। ସେମାନଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ କଣ୍ଟେଣ୍ଟ କିମ୍ବା ଫେକ୍ ନ୍ୟୁଜ୍ ପାଇଁ ନୁହେଁ, ବରଂ ଆପତ୍ତିଜନକ କାର୍ଯ୍ୟକଳାପ ବା ସ୍ପାମକୁ ପ୍ରୋତ୍ସାହନ ଯୋଗାଉଥିବା କାରଣରୁ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏହାକୁ ସିଧାସଳଖ ଅସ୍ବୀକାର କରାଯାଇନଥିଲେ ମଧ୍ୟ ଏବିଷୟରେ ସୂଚନା ପାଇଥିବା କୁହାଯାଇଛି। ଦଳୀୟ ମୁଖପାତ୍ର ମନୀଷ ତିଓ୍ବାରୀ କହିଛନ୍ତି, ମିଳିଥିବା ଖବର ଅନୁସାରେ ଆମେ କିଛି ପ୍ରତିକ୍ରିୟା ରଖିବା ଠିକ୍ ହେବନି। କିଛି କହିବା ଆଗରୁ ଆମେ ନିଶ୍ଚିତ କରିବୁ ସେହି ଆକାଉଣ୍ଟ ସବୁ ଆମ ସହିତ ଜଡ଼ିତ ଥିଲା ନା ନାହିଁ।

ଫେସବୁକର ସାଇବର ସିକ୍ୟୁରିଟି ପଲିସି ମୁଖ୍ୟ ନାଥାନିଏଲ ଗ୍ଲିଚର ରିପୋର୍ଟରମାନଙ୍କୁ କହିଥିଲେ, ଫେସବୁକ୍ ସ୍ବୟଂଚାଳିତ ପ୍ରକ୍ରିୟାରେ ଏହିଭଳି ୬୮୭ ଆକାଉଣ୍ଟକୁ ହଟାଇଛି। ଏହିସବୁ ବ୍ୟକ୍ତିଗତ ଆକାଉଣ୍ଟ ଓ ପେଜ୍ କଂଗ୍ରେସ ଆଇଟି ସେଲ ସହିତ ଜଡ଼ିତ ଏବଂ ଫେସବୁକରେ ଯୋଜନାବଦ୍ଧ ଭାବରେ ଏମାନେ ଆପତ୍ତିଜନକ କାର୍ଯ୍ୟକଳାପ ଚଲାଇଥିଲେ।

ଏହି ପଦକ୍ଷେପର କାରଣ ସ୍ବରୂପ ସେ କହିଥିଲେ, ଆମେ ସେହି ଆକାଉଣ୍ଟସବୁକୁ ବନ୍ଦ କରୁଛୁ ଯେଉଁଗୁଡ଼ିକ ନିଜ ପରିଚୟ ଲୁଚାଇବା ପାଇଁ ବିଭିନ୍ନ ଫେକ୍ ଆକାଉଣ୍ଟର ଚେନ୍ ତିଆରି କରୁଛନ୍ତି। ସେ ସ୍ପଷ୍ଟ କରିଦେଇଥିଲେ, ଏହି ସବୁ ପେଜରେ ପୋଷ୍ଟ କରାଯାଇଥିବା କଣ୍ଟେଣ୍ଟ ବା ଫଟୋ ଆଧାରରେ ପଦକ୍ଷେପ ନିଆଯାଇନାହିଁ।କ୍ରମାଗତଭାବରେ ସନ୍ଦେହଜନକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରାଯାଇ ସାମୂହିକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ତଥ୍ୟ ଚୋରି ପାଇଁ ବଦନାମ ହୋଇସାରିଥିବା ଫେସବୁକ୍ ଚାହୁଁନି ନିର୍ବାଚନ ସମୟରେ ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମର ଅପବ୍ୟବହାର ହେଉ। ସେଥିପାଇଁ ଭାରତରେ ହେବାକୁ ଥିବ ଏହି ବୃହତ ନିର୍ବାଚନରେ ଭୁଲ ତଥ୍ୟର ପ୍ରଚାର ପ୍ରସାର ଉପରେ ରୋକ୍ ଲଗାଯାଉଛି।



from Odisha Reporter https://ift.tt/2I5FFaq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages