ଆମ୍ରପାଲି ଗ୍ରୁପ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଆମ୍ରପାଲି ଗ୍ରୁପ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୋନି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରିୟଲ ଇଷ୍ଟେଟ୍ କମ୍ପାନୀ ଆମ୍ରପାଲି ଗ୍ରୁପ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମ୍ରପାଲି ଗ୍ରୁପ୍ ପକ୍ଷରୁ ପେଣ୍ଟହାଉସ୍ ନଦିଆଯିବା ଏବଂ କମ୍ପାନୀ ଦ୍ୱାରା ତାଙ୍କ ନାମ ଦେଣାଦାର ତାଲିକାରେ ସାମିଲ୍ କରିବା ମାମଲାରେ ଧୋନି କୋର୍ଟ ପହଞ୍ଚିଛନ୍ତି।

କୋର୍ଟରେ ଅଭିଯୋଗ କରି ଧୋନି ନିଜ ଯାଚିକାରେ ଲେଖିଛନ୍ତି ଯେ, ସେ ରାଞ୍ଚିରେ ଆମ୍ରପାଲି ସଫାରିରେ ଏକ ପେଣ୍ଟହାଉସ୍ ବୁକ୍ କରିଥିଲେ। ଏହାସହ ଏହି କମ୍ପାନୀ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ମଧ୍ୟ ନିଯୁକ୍ତ କରିଥିଲା। କିନ୍ତୁ କମ୍ପାନୀ ତାଙ୍କୁ ଧୋକା ଦେଇଛି। ବ୍ରାଣ୍ଡ ଆମ୍ବାସାଡର୍ ଭାବେ ତାଙ୍କୁ ଏପର୍ଯ୍ୟନ୍ତ ବକେୟା ଅର୍ଥ ମିଳିନଥିବା ଧୋନି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଧୋନି ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ କମ୍ପାନୀର ପ୍ରଚାର କରିଥିଲେ। ଏହି କ୍ରମରେ ସେ କମ୍ପାନୀ ପାଇଁ ଅନେକ ବିଜ୍ଞାପନ ମଧ୍ୟ କରିଥିଲେ। କିନ୍ତୁ ଏହି ୭ ବର୍ଷରେ ଧୋନି କମ୍ପାନୀଠାରୁ ଆବଶ୍ୟକ ମୁତାବକ ପ୍ରାପ୍ୟ ପାଇନାହାନ୍ତି। ଏହି କାରଣରୁ ସେ ଗତମାସରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଆମ୍ରପାଲି ଗ୍ରୁପଠାରୁ ନିଜର ବକେୟା ୪୦ କୋଟି ଟଙ୍କା ଦେବା ପାଇଁ ଦାବି କରିଥିଲେ।

୨୦୦୯ରେ ଧୋନି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ ହୋଇଥିଲେ। ୬ ବର୍ଷ ବ୍ରାଣ୍ଡ ଆମ୍ପାସାଡର୍ ରହିବା ପରେ ଧୋନି ୨୦୧୬ରେ କମ୍ପାନୀ ସହ ସମ୍ପର୍କ କାଟି ଦେଇଥିଲେ। ଧୋନିଙ୍କ ପତ୍ନୀ ସାକ୍ଷୀ ମଧ୍ୟ କମ୍ପାନୀର ଚ୍ୟାରିଟେବୁଲ ୱିଙ୍ଗ ସହ ଥିଲେ।

ଆମ୍ରପାଲି ଗ୍ରୁପ୍ ଉପରେ ପ୍ରାୟ ୪୫ହଜାର କ୍ରେତାଙ୍କୁ ଘର ଦେଇନଥିବାର ଅଭିଯୋଗ ରହିଛି। ଏହି କାରଣରୁ ହଜାର ହଜାର ଲୋକେ ଏହି ଗ୍ରୁପ୍ ବିରୋଧରେ ସୋଶାଲ ମିଡିଆରେ ପ୍ରଚାର କରିଥିଲେ। ଏହି ପ୍ରଚାରରେ ଧୋନି ମଧ୍ୟ ସାମିଲ୍ ହୋଇଥିଲେ ଏବଂ କମ୍ପାନୀ ସହ ସମ୍ପର୍କ ଛିନ୍ନ କରିଥିଲେ।

ଆମ୍ରପାଲି ଗ୍ରୁପ୍ ମାମଲାରେ ସୁପ୍ରିମ୍ କୋର୍ଟ ଗତବର୍ଷ କଡ଼ା ଆଭିମୁଖ୍ୟ ଆପଣାଇଥିଲେ। ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମ୍ରପାଲି ଗ୍ରୁପର ଡାଇରେକ୍ଟର ଅନୀଲ କୁମାର ଶର୍ମା, ଶୋଭ ପ୍ରିୟା ଓ ଅଜୟ କୁମାରଙ୍କୁ ଗିରଫ କରାଯାଇଥିଲା।



from Odisha Reporter http://bit.ly/2ZK2Ld5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages