ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍

amonia1

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଶୀତଳଭଣ୍ଡାରରୁ ଲିକ୍ ହେଲା ଆମୋନିଆ ଗ୍ୟାସ୍‌। ଘଟଣାଟି ଘଟିଛି ବାଲେଶ୍ୱର ସହରର ଆଇଟିଆଇ ଛକ ସ୍ଥିତ ଏକ ଶୀତଳଭଣ୍ଡାରରେ।

ଆଜି ସକାଳେ ହଠାତ୍ ଏହି ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଗ୍ୟାସ୍ ଲିକ୍ ବନ୍ଦ କରିଥିଲେ।

ତେବେ ଗ୍ୟାସ୍‌ ଲିକ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଲୋକେ ରାସ୍ତା ମଧ୍ୟ ଅବରୋଧ କରିଥିଲେ। ପୁଲିସ୍‌ ପହଞ୍ଚି ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା।

ସ୍ଥାନୀୟ ବାସିନ୍ଦା ଅନୀଲ କୁମାର ପାଢ଼ି କହିଛନ୍ତି,“ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକେଜ୍ ହେଉଥିବା ନେଇ ଆମେ ବାରମ୍ବାର ଅଭିଯୋଗ କରିଛୁ। ହେଲେ ଆମ କଥା କେହି ଶୁଣି ନଥିଲେ। ଆଜି ସକାଳେ ଆମୋନିଆ ଗ୍ୟାସ୍ ଲିକ୍‌ ହୋଇ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା। ଏଥିରେ ଶହଶହ ଲୋକ ମରି ଯାଇଥାନ୍ତେ। ଅଗ୍ନିଶମ କର୍ମଚାରୀ ମାନେ ଠିକ୍ ସମୟରେ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିଥିଲେ। ପୂର୍ବରୁ ଆମ କଥା କେହି ଶୁଣି ନଥିବାରୁ ଓ ଏନେଇ ପଦକ୍ଷେପ ନେଇ ନଥିବା ଯୋଗୁ ଆମେ ଆଜି ରାସ୍ତାରୋକ କରିଥିଲୁ।”



from Odisha Reporter http://bit.ly/2ZzEpCs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages