‘ଫୁଟିବ, ସୌନ୍ଦର୍ଯ୍ୟ ଦେଖାଇବ, ଦଲକାଏ ପବନରେ ମାଟିରେ ମିଶିଯିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

‘ଫୁଟିବ, ସୌନ୍ଦର୍ଯ୍ୟ ଦେଖାଇବ, ଦଲକାଏ ପବନରେ ମାଟିରେ ମିଶିଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)-କଟକ ଜିଲ୍ଲାର ବଡମ୍ବା ନରସିଂହପୁର ବିଧାନସଭାରେ ଆଜି ପ୍ରଚାର ଜୋରଦାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର ଏବଂ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ବଡମ୍ବା ବିଧାନସଭା ଆସନ ବିଜେଡି ଗଡ଼। ତେଣୁ ଉଭୟ ବିଧାନସଭା ଓ ଲୋକସଭା ଆସନ ବିଜେଡି ହାତକୁ ଯିବ ବୋଲି ଦୁଇ ପ୍ରାର୍ଥୀ ବେଶ ଆଶାବାଦୀ। ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଖରାରେ ବିଧାୟକ ପ୍ରାର୍ଥ ଦେବୀ ମିଶ୍ର ସହ ବୁଲି ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଆସନ୍ତୁ ଜାଣିବା ବିଜେଡି ଗଡ଼ରେ କେମିତି ଚାଲିଛି ଦେବୀ-ଭର୍ତ୍ତୃହରି ପ୍ରଚାର…

ପ୍ରଶ୍ନ: ୨୦୧୯ ନିର୍ବଚନ ପରୀକ୍ଷା କେମିତି ରହିବ ?

ଦେବୀଙ୍କ ଉତ୍ତର: ଲୋକସଭା ହେଉ କି ବିଧାନସଭା, ମ୍ୟୁନିସିପାଲିଟି ହେଉ କି ସମବାୟ ନିର୍ବାଚନ, ସବୁବେଳେ, ସବୁଥିରେ ବିଜେଡି ଜିତି ଆସିଛି। ଏଥର ମଧ୍ୟ ଜିତିବ। ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ଦେଶରେ ୫ମ ବୃହତ୍ତମ ଦଳର ମାନ୍ୟତା ପାଇଛି। ଏହା ଆମ ପାଇଁ ଗୌରବର କଥା ।

ପ୍ରଶ୍ନ: ଦେବୀଙ୍କ ଗଡ଼କୁ ଦେବୀ ବଞ୍ଚାଇ ରଖିବେ ନା ଅନ୍ୟ ହାତକୁ ଚାଲିଯିବ ?

ଦେବୀଙ୍କ ଉତ୍ତର: ଏ ଗଡ଼ ହେଉଛି ବଡମ୍ବା ନରସିଂହପୁରବାସୀଙ୍କ ଗଡ଼। ମା’ ଭଟ୍ଟାରିକାଙ୍କ ଗଡ଼। ସେମାନଙ୍କ ସଦିଚ୍ଛା ରହିଛି। ତେଣୁ ଦଳ ଜିତିବ, ଏଥିରେ ସନ୍ଦହ ନାହିଁ।

ପ୍ରଶ୍ନ: କଣ ତଫାତ୍‌ ଦେଖୁଛନ୍ତି ଏଥର ନିର୍ବାଚନରେ

ଦେବୀଙ୍କ ଉତ୍ତର: ଏଠାରେ ସବୁବେଳେ ବିଜେଡି ଜିତି ଆସିଛି। ହେଲେ ଏଥର ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟକ ଭୋଟରେ ଜିତିବ। ଆମର ଏଠି ଝାମୁଯାତ୍ରା ସରିନାହିଁ। ଏପ୍ରିଲ ୨୧ ରେ ସରିବ । ତେବେ ଏଠି ନେତା-କର୍ମୀ ଯେମିତି ଏକାକାର ହୋଇ ପଚ୍ରାର ମଇଦାନକୁ ଓହ୍ଲାଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ସମସ୍ତେ ଓଡ଼ିଶାର ସ୍ୱାଭିମାନ ରକ୍ଷା କରିବା ପାଇଁ ସଙ୍କଳ୍ପବଦ୍ଧ।

ପ୍ରଶ୍ନ: ଭୋଟହାର ପୂର୍ବଥର ପରି ବଜାୟ ରହିବ ତ ?

ଦେବୀଙ୍କ ଉତ୍ତର: ଏଠାରେ ବିଜେଡିର ଭଲ ଭୋଟରେ ସବୁବେଳେ ଜିତେ। ହେଲେ ଏଥର ଭୋଟ ହାର ପୂର୍ବପେକ୍ଷା ଆହୁରି ବଢିବ । ଏପରିକି ରେକର୍ଡ କରିବ।

ପ୍ରଶ୍ନ: ମୋଦି ଲହର କାମ କରୁଛି କି ?

ଦେବୀଙ୍କ ଉତ୍ତର: ହାୱା କେବଳ ହାୱାରେ ହିଁ ରହିବ । କାଶତଣ୍ଡି ଫୁଲ ଶରତ ଋତୁରେ ଆସିଥଏ। ଫୁଲ ଫୁଟି ବିଚିତ୍ର ଦେଖାଯାଏ। ହେଲେ ଦଲକାଏ ପବନରେ ମାଟିରେ ମିଶିଯାଏ। ସେମିତି ମୋଦି ଲହର କାଶତଣ୍ଡୀ ଫୁଲ ପରି ଆସିବ ପୁଣି ଗୋଟିଏ ହାୱାରେ ପଳେଇଯିବ।



from Odisha Reporter http://bit.ly/2UELcfA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages