କୁଶଭଦ୍ରାରେ ବୁଡ଼ିଗଲେ ୩ ସାଙ୍ଗ, ଖୋଜୁଛନ୍ତି ଉଦ୍ଧାରକାରୀ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

କୁଶଭଦ୍ରାରେ ବୁଡ଼ିଗଲେ ୩ ସାଙ୍ଗ, ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

କୋଣାର୍କ (ସଞ୍ଜୟ ପତି): ତିନି ସାଙ୍ଗ କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ।

ନିମାପଡ଼ା ଅଟୋନମସ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନରେ ପଢ଼ୁଥିବା ଜ୍ୟୋତିରଞ୍ଜନ ସାହୁ ଆଜି ତାଙ୍କ ସାଙ୍ଗ ତେଜେଶ୍ୱର ମହାନ୍ତି ଏବଂ ଆଉ ଜଣଙ୍କ ସହ ଗାଧୋଇବା ପାଇଁ କୁଶଭଦ୍ରା ନଦୀର ଧୀରପୁର ଘାଟକୁ ଯାଇଥିଲେ। ଗାଧୋଇବା ବେଳେ ୩ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ନିମାପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗର କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନଦୀରେ ସେମାନଙ୍କୁ ଖୋଜିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା। ତେବେ ନଦୀ କୂଳରୁ ସେମାନଙ୍କ ପୋଷାକ ଓ ୩ଟି ମୋବାଇଲ ଉଦ୍ଧାର ହୋଇଛି। ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।



from Odisha Reporter http://bit.ly/2VPOYiK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages