ସୋମବାର ୪ର୍ଥ ପର୍ଯ୍ୟାୟ ଭୋଟ୍‌, ୯ ରାଜ୍ୟର ୭୨ ଆସନ ପାଇଁ ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ସୋମବାର ୪ର୍ଥ ପର୍ଯ୍ୟାୟ ଭୋଟ୍‌, ୯ ରାଜ୍ୟର ୭୨ ଆସନ ପାଇଁ ମତଦାନ

ନୂଆଦିଲ୍ଲୀ: ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ପାଇଁ ୯ଟି ରାଜ୍ୟର ଲୋକମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ସୋମବାର ୭୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ଏକ ଲକ୍ଷ ୪୦ ହଜାର ୮୪୯ଟି ପୋଲିଂ ବୁଥ କରାଯାଇଛି। ମତଦାନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଓଡ଼ିଶାରେ ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ୍‌। କାରଣ ଚଳିତ ବର୍ଷ ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ଜଗତସିଂହପୁରରେ ଭୋଟ ଗ୍ରହଣ ହେବ।

ସେହିପରି ଉତ୍ତର ପ୍ରଦେଶର ୧୩ଟି, ମହାରାଷ୍ଟ୍ରରର ୧୭ଟି, ରାଜସ୍ଥାନର ୧୩ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୬ଟି, ବିହାରର ୫ଟି, ଝାରଖଣ୍ଡର ୩ଟି ଓ ଜମ୍ମୁ-କଶ୍ମୀରର ଗୋଟିଏ ଆସନ ପାଇଁ ଭୋଟ ହେବ। ସେହିପରି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ଗୋଟିଏ ଲେଖାଏ ବିଧାନସଭା ଆସନ ପାଇଁ ମଧ୍ୟ ଉପ ନିର୍ବାଚନ ହେବ। ୪ର୍ଥ ପର୍ଯ୍ୟାୟରେ ୯୪୩ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ୧୨.୭୯ କୋଟି ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଭୋଟ ଗ୍ରହଣ ସୁରୁଖୁରରେ ପରିଚାଳନା କରିବା ପାଇଁ ମତଦାନ କେନ୍ଦ୍ର ଗୁଡ଼ିକରେ ଆଜିଠାରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପୋଲିଂ ବୁଥରେ ବିଶେଷ ବ୍ୟବସ୍ଥା କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

ଝାରଖଣ୍ଡରେ ୩ଟି ଆସନ ପାଇଁ ଆସନ୍ତାକାଲି ମତଦାନ ହେବ। ଏଗୁଡ଼ିକ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଭୋଟ ଗ୍ରହଣ ସୁରୁଖୁରୁରେ ପରିଚାଳନା କରିବା ପ୍ରଶାସନ ଓ ପୋଲିଂ ପାର୍ଟି ପାଇଁ ଚ୍ୟାଲେଞ୍ଜ ହେବ। ତେବେ ପୋଲିଂ କର୍ମଚାରୀଙ୍କ ମନୋବଳ ଦୃଢ଼ ରହିଛି ଏବଂ ଭୟମୁକ୍ତ ହୋଇ ନିରପେକ୍ଷ ଓ ନିର୍ଭୀକ ନିର୍ବାଚନ ପରିଚାଳନା କରିବେ ବୋଲି ସେମାନେ କହିଛନ୍ତି।

ଆସନ୍ତାକାଲି ହେବାକୁ ଥିବା ଚତୁର୍ଥ ପଯର୍ୟାୟ ନିର୍ବାଚନରେ ଅନେକ ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯିବ। ମୁମ୍ବାଇର ନର୍ଥ ସେଣ୍ଟ୍ରାଲ ଆସନରେ ବିଜେପିର ପୁନମ ମହାଜନ ଓ କଂଗ୍ରେସର ପ୍ରିୟା ଦତ୍ତଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ମୁମ୍ବାଇ ଉତ୍ତର ପଶ୍ଚିମରେ କଂଗ୍ରେସର ସଞ୍ଜୟ ନିରୁପମ୍ ଓ ମୁମ୍ବାଇ ଉତ୍ତର ଆସନରେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା କଂଗ୍ରେସର ଉର୍ମିଳା ମାତୋଣ୍ଡକର ନିଜର ଭାଗ୍ୟ ପରୀକ୍ଷା କରିବେ। ଉତ୍ତରପ୍ରଦେଶର କନୌଜ ଆସନରୁ ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ଏବଂ ଉନ୍ନାଓ ଆସନରୁ ବିଜେପିର ବରିଷ୍ଠ ନେତା ସାକ୍ଷୀ ମହାରାଜ ପ୍ରାର୍ଥୀ ହୋଇଛନ୍ତି।

ରାଜସ୍ଥାନ ଯୋଧପୁରରେ ହେବ ହାଇ ପ୍ରୋଫାଇଲ ଲଢ଼େଇ। ଏଠାରେ ବିଜେପିର ଗଜେନ୍ଦ୍ର ସିଂ ଶେଖାୱତଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି। ବିହାର ବେଗୁସରାଇ ଆସନରେ ତ୍ରିମୁଖୀ ଲଢ଼େଇ ହେବ। ଗୋଟିଏ ପଟେ ସିପିଆଇର ପ୍ରାର୍ଥୀ ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା କହ୍ନେୟା କୁମାର ରହିଥିବା ବେଳେ ଅନ୍ୟପଟେ ବିଜେପି ନେତା ଗିରିରାଜ ସିଂହ ରହିଛନ୍ତି। ସେହିପରି ଆରଜେଡି ଏଠାରେ ତନବୀର ହାସନ ପ୍ରାର୍ଥୀ ହୋଇଛନ୍ତି। ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଲଢ଼ୁଥିବା ବିଜେପିର ବାବୁଲ ସୁପ୍ରିୟୋଙ୍କ ଭାଗ୍ୟ ମଧ୍ୟ ଆସନ୍ତାକାଲି ପରୀକ୍ଷା ହେବ।



from Odisha Reporter http://bit.ly/2DCiHEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages