ଶକ୍ତି ସଂଗ୍ରହ କରୁଛି ‘ଫୋନି’, ୨ରୁ ଓଡ଼ିଶାରେ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଶକ୍ତି ସଂଗ୍ରହ କରୁଛି ‘ଫୋନି’, ୨ରୁ ଓଡ଼ିଶାରେ ବର୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫୋନି’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ବର୍ତ୍ତମାନ ଏହା ଚେନ୍ନାଇ ଠାରୁ ୯୯୦ କିମି ଓ ମଚ୍ଛଲିପଟନମଠାରୁ ୧୧୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଫୋନି ଆସନ୍ତା ୬ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଏବଂ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଶକ୍ତିଶାଳୀ ରୂପ ଧାରଣ କରିବ।

ଶକ୍ତିଶାଳୀ ହେବା ପରେ ଏହା ମେ’ ୧ ତାରିଖ ଯାଏ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ସେଠାରୁ ଦିଗ ବଦଳାଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ଉତ୍ତର ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତା ୨ ତାରିଖରୁ ଫୋନି ପ୍ରଭାବରେ ବର୍ଷା ହେବ।

ଭାରତୀୟ ପାଣିପାଗ ବିଭାଗର ବାତ୍ୟା ସତର୍କ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫୋନି ତାମିଲନାଡୁରେ ଲ୍ୟାଣ୍ଡଫଲ୍‌ ହେବା ଆଶା କମ୍‌ ରହିଛି। ଏହା ମିଆଁମାର ଆଡ଼େ ମୁହାଁଇବାର ଅଧିକ ସମ୍ଭାବନା ରହିଛି। ତଥାପି ଏହାର ପ୍ରଭାବରେ ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶରେ ଆସନ୍ତାକାଲି ଠାରୁ ବର୍ଷା ସହ ପବନ ଆରମ୍ଭ ହେବ। ୨ ତାରିଖ ଯାଏ ଏଭଳି ପାଗ ଲାଗି ରହିବ। ପବନର ଘଣ୍ଟା ପ୍ରତି ବେଗ ୮୦ କିମି ରହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପକ୍ଷରେ ଫୋନିର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କମ୍‌। ତଥାପି ଆସନ୍ତା ୨ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ସେହିପରି ୩ ତାରିଖରୁ ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ହୋଇପାରେ। ମେ ୨ ତାରିଖ ପରେ ଓଡ଼ିଶା ଉପକୂଳରେ ବଡ଼ ବଡ଼ ଢେଉ ଆସିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଫୋନିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସ୍ଥିତି ଉପରେ ନଜର ରଖିବା ସହ ସଜାଗ ରହିବାକୁ ସେ ସବୁ ଜିଲ୍ଲାପାଳଙ୍କୁ କହିଛନ୍ତି। ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସହ ଯୋଗାଯୋଗ ବ୍ୟବସ୍ଥାକୁ ଯାଞ୍ଚ କରି ପ୍ରସ୍ତୁତ ରହିବାକୁ କୁହାଯାଇଛି।



from Odisha Reporter http://bit.ly/2W90RQF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages