
ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ଜନସନ ଆଣ୍ଡ ଜନସନ କମ୍ପାନୀର ଶ୍ୟାମ୍ପୁ ପୁଣି ବ୍ୟବହାର ଅନୁପଯୋଗୀ ବୋଲି ଲାବରୋଟେରୀ ପରୀକ୍ଷାରୁ ଜଣାପଡ଼ିଛି। ରାଜସ୍ଥାନ ଡ୍ରଗ କଣ୍ଚ୍ରୋଲ ଅର୍ଗାନାଇଜେସନ ଦ୍ବାରା ପରୀକ୍ଷା ହୋଇଥିବା ଜନସନ ବେବି ଶ୍ୟାମ୍ପୁରେ ଫର୍ମାଲ ଡିହାଇଡ ରହିଛି ଯାହାକି କ୍ୟାନସର ପାଇଁ ଅନୁକୁଳ ପରିସ୍ଥିତି ସୃଷ୍ଟି କରିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
୨୦୧୧ ଫେବୃଆରୀରେ ଅନ୍ତର୍ଜାତୀୟ ମ୍ୟାଗାଜିନ ଫୋର୍ବସ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ କ୍ୟାନସରକୁ ନେଇ ଗବେଷଣା କରୁଥିବା ଅନ୍ତର୍ଜାତୀୟ ସଂସ୍ଥା(ଓଇଜଉ) ଦର୍ଶାଇଥିଲା ଯେ ଫର୍ମାଲ ଡିହାଇଡ କ୍ୟାନସର ରୋଗର ଅନ୍ୟତମ କାରଣ। ଏହାପରେ ୨୦୧୧ ଜୁନରେ ଆମେରିକା ସରକାର ଫର୍ମାଲ ଡ଼ିହାଇଡ କ୍ୟାନସରର ବାହକ ବୋଲି ଘୋଷଣା କରିଥିଲେ। ଏହାପରେ ୨୦୧୪ରେ ଜନସନ ଆଣ୍ଡ ଜନସନ ସ୍ପଷ୍ଟୀକରଣ ରଖିଥିଲା ଯେ କ୍ଷତିକାରକ ଫରମାଲ ଡିହାଇଡକୁ ସେ ବ୍ୟବହାର କରୁ ନାହିଁ।
ମାର୍ଚ୍ଚ ୫ରେ ଡ୍ରଗ କଣ୍ଟ୍ରୋଲ ଅର୍ଗାନାଇଜେସନ ଦେଶର ଥିବା ସମସ୍ତ ରାଜ୍ୟକୁ ଜନସନ ବେବି ଶ୍ୟାମ୍ପୁକୁ ପ୍ରତ୍ୟାହାର କରି ନେବା ପାଇଁ କହିଥିଲା। ଏହି ପରୀକ୍ଷା ଫେବୃଆରୀ ୧୬ରୁ ଫେବୃଆରୀ ୨୮ ମଧ୍ୟରେ ହୋଇଥିଲା। ଜାତୀୟ ଗଣମାଧ୍ୟମ ସଂସ୍ଥା ଲାଇଭ ମିଣ୍ଟ ଏହି ରିପୋର୍ଟକୁ ପ୍ରକାଶ କରିଛି।
ଏହି ବେବେ ଶ୍ୟାମ୍ପୁ ହିମାଚଳ ପ୍ରଦେଶର ବଡ୍ଡି ପ୍ଲାଣ୍ଟରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ତେବେ ଫରମାଲ ଡ଼ିହାଇଡ ବାହାରିଥିବାରୁ କମ୍ପାନୀ ବିରୋଧରେ କଣ କାର୍ଯ୍ଯାନୁଷ୍ଠାନ ନିଆଯିବ ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି।
ତେବେ ଜନସନ କମ୍ପାନୀର ମୁଖପାତ୍ର କହିଛନ୍ତି ଜନସନର ସମସ୍ତ ପ୍ରଡକ୍ଟ ନିରପଦ ଏହା ବିଶ୍ବସ୍ତରରେ ସାର୍ଟିଫିକେଟ ପାଇଛି। ତେବେ ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲ କିଭଳି ପରୀକ୍ଷା କରୁଛି ସେ ନେଇ କମ୍ପାନୀ ଅବଗତ ନାହିଁ। ଅଭିଯୋଗ ପାଇବା ପରେ ପୁଣିଥରେ କମ୍ପାନୀ ଲ୍ୟାବପରୀକ୍ଷା ପାଇଁ ପଠାଇଛି ବୋଲି ମୁଖପାତ୍ର କହିଛନ୍ତି।
ଏହାପୂର୍ବରୁ ଡିସେମ୍ବର ୨୧ରେ ଜନସନ ପାଉଡ଼ର କ୍ଷତିକାରକ ବୋଲି ଅଭିଯୋଗ ହୋଇଥିଲା ତେବେ ପରୀକ୍ଷା ପରେ ତାହା ନିରାପଦ ବୋଲି ଜଣାପଡ଼ିଥିଲା।
from Odisha Reporter https://ift.tt/2TMvWrB
No comments:
Post a Comment