ଅର୍ଜୁନ ସେଠୀଙ୍କ ପୁଅଙ୍କୁ ଟିକେଟ୍ ଦେଲା ବିଜେପି; ବାକି ରହିଲା ଗୋଟିଏ ଲୋକସଭା ଆସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ଅର୍ଜୁନ ସେଠୀଙ୍କ ପୁଅଙ୍କୁ ଟିକେଟ୍ ଦେଲା ବିଜେପି; ବାକି ରହିଲା ଗୋଟିଏ ଲୋକସଭା ଆସନ

abhi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ଆଉ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକ ଆସନ ପାଇଁ ନାଁ ଘୋଷଣା କରିଛି।

ମୟୁରଭଞ୍ଜ ଲୋକସଭା ଆସନରୁ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ସେଠୀ ଓ ଯାଜପୁରରୁ ଅମିୟ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।

ଅଭିମନ୍ୟୁ ସେଠୀ ହେଉଛନ୍ତି ଦୁଇ ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଅର୍ଜୁନ ସେଠୀଙ୍କ ପୁଅ। ଅର୍ଜୁନ ସେଠୀ କଂଗ୍ରେସ, ଜନତା ଦଳ ଓ ବିଜେଡି ଟିକେଟ୍‌ରେ ୮ ଥର ସାଂସଦ ହୋଇଛନ୍ତି।

ଆଜିର ଏହି ଘୋଷଣା ସହିତ ବିଜେପି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୨୦ଟି ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ କେବଳ ଜଗତସିଂହପୁର ଆସନ ପାଇଁ ଦଳ ନାମ ଘୋଷଣା କରିବା ବାକି ଅଛି। ଉଭୟ କଂଗ୍ରେସ ଓ ବିଜେଡି ଏହି ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। କଂଗ୍ରେସ ପ୍ରତିମା ମଲ୍ଲିକଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡି ଡ. ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।

ଆସ୍କାରୁ ଦଳ ଅନୀତା ପ୍ରିୟଦର୍ଶୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବରଗଡ଼ରୁ ସୁରେଶ ପୂଜାରୀ, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ,ବଲାଙ୍ଗୀରରୁ ସଙ୍ଗୀତା ସିଂହଦେଓ, କଟକରୁ ପ୍ରକାଶ ମିଶ୍ର, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, କଳାହାଣ୍ଡିରୁ ବସନ୍ତ ପଣ୍ଡା, କନ୍ଧମାଳରୁ ଖାରବେଳ ସ୍ୱାଇଁ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, କେନ୍ଦୁଝରରୁ ଅନନ୍ତ ନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କୋରାପୁଟରୁ ଜୟରାମ ପାଙ୍ଗି,ନବରଙ୍ଗପୁରରୁ ବଳଭଦ୍ର ମାଝି, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ ଓ ପୁରୀରୁ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିପରି ଦଳ ଆଜି ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜୟ ମହାପାତ୍ରଙ୍କୁ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର ଉତ୍ତର ଆସନ ପାଇଁ ଟିକେଟ୍ ଦିଆଯାଇଛି।

ଆନନ୍ଦପୁରରୁ ଦଳ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଇରଙ୍ଗପୁରରୁ ନବ ଚରଣ ମାଝି, ମୋରଡ଼ାରୁ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ନୀଳଗିରିରୁ ସୁକାନ୍ତ ନାୟକ, ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟ, ମହାକାଳପଡ଼ାରୁ ବିଜୟ ପ୍ରଧାନ ଓ ପୁରୀରୁ ଜୟନ୍ତ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି।



from Odisha Reporter https://ift.tt/2YFLT6p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages