ଜେଲ୍ ଯିବା କଥା ଶୁଣି ନବୀନ ଭୟଭୀତ ହୋଇପଡ଼ିଛନ୍ତି : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଜେଲ୍ ଯିବା କଥା ଶୁଣି ନବୀନ ଭୟଭୀତ ହୋଇପଡ଼ିଛନ୍ତି : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜାଗିର ନୁହେଁ ଯେ ସେ ଯାହା ଫରମାନ ଜାରି କରିବେ ତାକୁ ଓଡ଼ିଆ ଲୋକମାନେ ମୁଣ୍ଡପାତି ସ୍ୱୀକାର କରିନେବେ।ରାଜ୍ୟରେ କ୍ଷମତାକୁ ଆସିବାର ୯୦ଦିନ ମଧ୍ୟରେ ଚିଟଫଣ୍ଡ ଓ ଖଣି ଲୁଟେରାଙ୍କୁ ଜେଲ ପଠାଯିବ ବୋଲି ବିଜେପିର ଦୃଢ଼ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଭୀତ ହୋଇପଡ଼ିଛନ୍ତି। ସେଇଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ କଥାକୁ ନବୀନ କଟାକ୍ଷ କରଛିନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ସେଶାଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ନିଜର ମତ ରଖି ଧର୍ମେନ୍ଦ୍ର ସିଧାସଳଖ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମେ’ ୨୩ରେ ଦିଲ୍ଲୀ ଇଞ୍ଜିନ ବି ଲାଇନଚ୍ୟୁତ ହେବ ବୋଲି ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜାଗିର ନୁହେଁ, ଯେ ସେ ଯାହା ଫରମାନ ଜାରି କରିବେ ତାକୁ ଓଡ଼ିଆ ଲୋକମାନେ ମୁଣ୍ଡପାତି ସ୍ୱୀକାର କରିନେବେ। ଦିଲ୍ଲୀର ବଡ଼ ଇଞ୍ଜିନକୁ ତଳେ ପକାଇଦେବା କହିବା ତାଙ୍କର ହତାଶାର ପ୍ରତିଫଳନ। ଚିଟଫଣ୍ଡ ଓ ଖଣି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଡଜନ ଡଜନ ନେତା ଜେଲ୍ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଏଥିରେ ସଂଶ୍ଲୀଷ୍ଟ ଥିବାରୁ ସେ ଭୟଭୀତ ହୋଇଯାଇଛନ୍ତି।”

“ଖଣି ଓ ଚିଟଫଣ୍ଡ ଲୁଟେରାଙ୍କୁ ଜେଲ ପଠାଯିବା କଥା ଶୁଣିଲେ ମୁଖ୍ୟମନ୍ତ୍ରୀ ପ୍ରତିହିଂସା ପରାୟଣ ହେବା ସ୍ୱାଭାବିକ। ନିର୍ବାଚନ ଆସିଲେ ଗଣତନ୍ତ୍ରରେ ବିତର୍କ ହୋଇଥାଏ। ମୁଖ୍ୟମନ୍ତ୍ରୀ ରାଜନୀତିକ ସମାଲୋଚନା କରିବାରେ କୌଣସି ଆପତ୍ତି ନାହିଁ। ମାତ୍ର ନବୀବ ବାବୁ ଏପର୍ଯ୍ୟନ୍ତ ସରୋଜ ସାହୁଙ୍କ ସହ ତାଙ୍କର ସମ୍ପର୍କ କ’ଣ ସ୍ପଷ୍ଟ କଲେ ନାହିଁ। କିମ୍ବା ସରୋଜ ସାହୁଙ୍କ ସହ ସମ୍ପର୍କ ନାହିଁ ବୋଲି କହିଲେନାହିଁ ? ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଉଠିଥିବା ପ୍ରଶ୍ନକୁ ଏଡ଼ାଇଯିବା ଗଣତାନ୍ତ୍ରିକ ଭାବନା ନୁହେଁ” ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେହିପରି ଓଡ଼ିଶାରେ ପରିବର୍ତ୍ତନ ନାଁ ଶୁଣିଲେ ବିଜେଡି ବନ୍ଧୁମାନଙ୍କ ମନରେ ପୀଡ଼ା ହେଉଛି। ଭୁଲରେ ଯଦି କେହି ପରିବର୍ତ୍ତନ କଥା ଉଠାଉଛି, ଲଙ୍କାରେ ହରିନାମ ଭଳି ସେମାନଙ୍କୁ କଷ୍ଟ ହେଉଛି। ୧୯ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ଓ ଆଗାମୀ ୫ବର୍ଷରେ କ’ଣ କରିବେ ତା’ର ହିସାବ ମୁଖ୍ୟମନ୍ତ୍ରୀ ଦେଉନାହାନ୍ତି।ନରେନ୍ଦ୍ର ମୋଦି ଓଡ଼ିଆ ଲୋକଙ୍କୁ ବିଜେପିକୁ ଥରେ ଦାୟିତ୍ୱ ଦେବାକୁ ନିବେଦନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଅସହିଷ୍ଣୁ ହୋଇ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରୁଛନ୍ତି।”

” ତା’ହେଲେ ମୁଖ୍ୟମନ୍ତ୍ରୀ କ’ଣ ଦେଶରେ ଅସ୍ଥିର ସରକାର ଚାହୁଁଛନ୍ତି? ସରକାର ଅସ୍ଥିର ହେଲେ ସୀମା ଅସୁରକ୍ଷିତ ହେବା ସହ ଅର୍ଥନୀତି ଦୁର୍ବଳ ହେବ, ଭ୍ରଷ୍ଟାଚାର ଦୁର୍ନୀତି ବଢ଼ିବ । ଆୟୁଷ୍ମାନ ଯୋଜନା, ପିଏମ କିଷାନ ଯୋଜନାକୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଲାଗୁ କଲେନି। ଶୌଚାଳୟ ନିର୍ମାଣରେ ମଧ୍ୟ ସହଯୋଗ କଲେନି। ଓଡ଼ିଶାରେ ରେଳବାଇ ଓ ଜାତୀୟ ରାଜପଥ ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଓଡ଼ିଶାର ବିକାଶରେ ବାଧା ସୃଷ୍ଟି କରୁଛି।

ସେ କହିଛନ୍ତି ଯେ, ସୁନା ଚାମଚ ପାଟିରେ ଥାଇ ଜନ୍ମ ହୋଇଥିବା ନବୀନ ବାବୁ ଜଣେ ବାସନ ମଜାଳି, ଚା’ବିକାଳୀର ପୁଅ ଯିଏକି ଚା’ ବିକି ଆଗକୁ ବଢ଼ିଛି ଓ ଗରିବଙ୍କ ପାଇଁ ଦିନରାତି ପରିଶ୍ରମ କରୁଛି ତା’ ପ୍ରତି ଅସହିଷ୍ଣୁ ହୋଇ ଗାଳି କରୁଛନ୍ତି। ଦେଶରେ ଏକ ନିର୍ଣ୍ଣାୟକ ଓ ସ୍ଥିର ସରକାର ମୋଦିଙ୍କ ଦ୍ୱାରା ସମ୍ଭବ । ଏଥିରେ ନରେନ୍ଦ୍ର ମୋଦିଙ୍କ ସହ ଓଡ଼ିଆ ଲୋକମାନେ ଯିବେ ବୋଲି ପ୍ରସ୍ତୁତ ହୋଇସାରିଛନ୍ତି। ଏଥର ମୋଦିଙ୍କ ବଡ଼ ଇଂଜିନ ସରକାର ସହ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନର ସରକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2GmgkGx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages