କଥା ଶୁଣିଲାନି ବୋଲି ୩ ବର୍ଷର ପୁଅକୁ ମାରିଦେଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

କଥା ଶୁଣିଲାନି ବୋଲି ୩ ବର୍ଷର ପୁଅକୁ ମାରିଦେଲା ମା’

କୋଚି: କେରଳର କୋଚିଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମା’ ନିଜ ଜନ୍ମ କଲା ୩ ବର୍ଷର ପୁଅକୁ ହତ୍ୟା କରିଛି। ଶିଶୁଟି ଦୁଷ୍ଟ ହେବାରୁ ମା’ ଜଣଙ୍କ ତାଙ୍କୁ ନିର୍ଯାତନା ଦେଉଥିଲେ। ତେବେ ବୁଧବାର ଦିନ ମା’ ଜଣଙ୍କ ରାଗିଯାଇ ମାଡ଼ ମାରିବାରୁ ଶିଶୁଟିର ମୁଣ୍ଡରେ ଭୀଷଣ ଆଘାତ ଲାଗିଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି।

କୋଚିର ଅଲୁଭା ଠାରେ ଥିବା ହସ୍ପିଟାଲ୍‌ରେ ଶିଶୁଟି ଚିକିତ୍ସିତ ହେଉଥିଲା। ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି, କାଠ ଫାଳିଆର ଜୋରରେ ମାଡ଼ ମାରିଥିବା ଯୋଗୁ ଶିଶୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ ଶିଶୁଟିର ମୃତ୍ୟୁ ହୋଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଶିଶୁଟି ଦୁଷ୍ଟ ହେଉଥିବାରୁ ମା’ ଜଣଙ୍କ ତା’କୁ ବାରମ୍ବାର ମାଡ଼ ମାରୁଥିଲେ। ତେବେ ବୁଧବାର ଏହା ସୀମା ଡେଇଁ ଯାଇଥିଲା। ମା’ ଜଣଙ୍କ ରାଗି ଯାଇ ଏକ କାଠଫାଳିଆରେ ଶିଶୁଟିକୁ ଆକ୍ରମଣ କରିଥିଲେ। ଏହାପରେ ଶିଶୁଟିର ବାପା’ ତାକୁ ଏକ ଘରୋଇ ହସ୍ପିଟାଲ୍‌କୁ ଆଣିଥିଲେ। ଏଠାରେ ଶିଶୁଟିର ଅପରେଶନ ହୋଇଥିଲା। ଶିଶୁଟି ବୁଧବାର ଠାରୁ ହିଁ କୋମାରେ ଥିଲା। ଆଜି ସକାଳେ ତା’ର ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ମା’କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2GutdPX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages