ରୟାଲ୍ସକୁ ୧୮୩ ରନର ଟାର୍ଗେଟ ଦେଲା କିଙ୍ଗସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ରୟାଲ୍ସକୁ ୧୮୩ ରନର ଟାର୍ଗେଟ ଦେଲା କିଙ୍ଗସ୍

ମୋହାଲି: ଲୋକେଶ ରାହୁଲଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଓ ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ୪୦ ରନ୍‌ ବଳରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୧୮୨ ରନ୍‌ କରିଛି। ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସକୁ ୧୮୩ ରନ୍‌ର ଟାର୍ଗେଟ ମିଳିଛି।

ମୋହାଲି ଷ୍ଟାଡିୟମରେ ଟସ୍‌ ଜିତି ଅଜିଙ୍କ୍ୟ ରାହଣେଙ୍କ ରାଜସ୍ଥାନ ରୟାଲ୍ସ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ପଞ୍ଜାବକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ପଞ୍ଜାବର ଦୁଇ ଓପନର୍‌ ବିସ୍ଫୋରକ ଢଙ୍ଗରେ ଇନିଂସ୍‌ ଆରମ୍ଭ କରିଥିଲେ। ବିଶେଷ କରି କ୍ରିସ୍‌ ଗେଲ୍‌ ରୟାଲ୍ସ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଉଭୟ ୫.୧ ଓଭର୍‌ରେ ଦଳ ପାଇଁ ୩୮ ରନ୍‌ ସଂଗ୍ରହ କରିଥିଲେ।

ତେବେ ଏହି ସମୟରେ ୨୨ଟି ବଲ୍‌ରେ ୩୦ ରନ୍‌ କରିଥିବା ଗେଲ୍‌ଙ୍କୁ ଜୋଫ୍ରା ଆର୍ଚର ଆଉଟ୍‌ କରି ପଞ୍ଜାବକୁ ପ୍ରଥମ ଝଟ୍‌କା ଦେଇଥିଲେ। ଗେଲ୍‌ଙ୍କ ବଦଳରେ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ କିଛି ସମୟ ପାଇଁ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ମୟଙ୍କ ୧୨ଟି ବଲ୍‌ରେ ୨୬ ରନ୍‌ କରି ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଈଶ ଶୋଢ଼ିଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ।

୬୭ ରନ୍‌ରେ ଦୁଇ ୱିକେଟ୍‌ ହରାଇଥିବା ପଞ୍ଜାବର ବ୍ୟାଟିଂର ମଙ୍ଗ ଡାଭିଡ୍‌ ମିଲର ଓ କେଏଲ୍‌ ରାହୁଲ ସମ୍ଭାଳିଥିଲେ। ଉଭୟ ତୃତୀୟ ୱିକେଟ୍‌ ପାଇଁ ୮୫ ରନ୍‌ର ଭାଗିଦାରୀ କରିଥିଲେ। ଇତି ମଧ୍ୟରେ ରାହୁଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ୫୨ ରନ୍‌ କରିଥିବା ରାହୁଲଙ୍କୁ ଜୟଦେବ ଉନାଡକତ ଆଉଟ୍‌ କରି ପଞ୍ଜାବର ରନ୍‌ ହାରରେ ବ୍ରେକ୍‌ ଲଗାଇ ଦେଇଥିଲେ।

ଜୋଫ୍ରା ଆର୍ଚର ଗୋଟିଏ ଓଭର୍‌ରେ ମନଦୀପ ସିଂହ ଓ ନିକୋଲାସ ପୋରାନ୍‌ଙ୍କୁ ଆଉଟ୍‌ କରି ପଞ୍ଜାବକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଡେଭିଡ୍‌ ମିଲ୍‌ର ମଧ୍ୟ ବେଶି କିଛି କରିପାରି ନଥିଲେ। ସେ ୪୦ ରନ୍‌ କରି ଧବଲ କୁଲକର୍ଣ୍ଣିଙ୍କ ଶିକାର ହୋଇଥିଲେ। ଶେଷ ଭାଗରେ ଅଧିନାୟକ ଅଶ୍ୱିନ୍‌ ୪ଟି ବଲ୍‌ରେ ୧୭ ରନ୍‌ କରିବାରୁ ଦଳୀୟ ସ୍କୋର ୧୮୨ରେ ପହଞ୍ଚିଥିଲା।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି ୱିକେଟ୍‌ ନେଇଥିବା ବେଳେ କୁଲକର୍ଣ୍ଣି, ଉନାଡକତ ଓ ଶୋ‍ଢ଼ି ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter http://bit.ly/2UFgxPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages