
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ବିଧାନସଭା ଟିକେଟ୍ ଫେରସ୍ତ କରିଥିବା ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର(ରମୁ) ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶ୍ରୀ ପାତ୍ରଙ୍କ ସମେତ ନିମାପଡ଼ା ଅଞ୍ଚଳର କଂଗ୍ରେସ ନେତା ସ୍ମୃତି ପ୍ରକାଶ ନନ୍ଦ, ପ୍ରତାପ କୁମାର ସ୍ୱାଇଁ ଓ ୨୦୦ରୁ ଅଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ମିଶିଛନ୍ତି।
ନବୀନ ନିବାସରେ ଶ୍ରୀ ପାତ୍ର ଓ ତାଙ୍କ ସମର୍ଥକମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦଳରେ ସାମିଲ ହୋଇଥିଲେ। ସେହିପରି ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା କଂଗ୍ରେସ ଉପସଭାପତି ଅଶ୍ୱିନୀ ପଟ୍ଟନାୟକ, ଧର୍ମେନ୍ଦ୍ର ସାହୁ, ପ୍ରଦୀପ୍ତ ସାମନ୍ତରାୟ, ନିରଞ୍ଜନ ସେଠୀ, ଅସମତ ବକ୍ସ, ରମେଶ ପ୍ରଧାନ, ଭୀମସେନ ପ୍ରଧାନ, ସମାଜସେବୀ ପୂର୍ଣ୍ଣେଶ ସେନାପତି ଓ ଅମିତ ସ୍ୱାଇଁ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି।
ସେହିପରି ମୟୂରଭଞ୍ଜ ଜିଲ୍ଲାର ବିଜେପି ଅନୁସୂଚିତ ଜନଜାତି ସେଲ ମୁଖପାତ୍ର ଛବି ମାହାଲିଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ, କଟକ ସଦର ବିଧାନସଭା ଆସନର ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ୭୦୦ କଂଗ୍ରେସ ଓ ବିଜେପି କର୍ମୀ, କେନ୍ଦ୍ରାପଡ଼ା ଜିଲ୍ଳାର ମୀର ମହମ୍ମଦ ଅମୀରଙ୍କ ନେତୃତ୍ୱରେ ୨୦୦ ସଂଖ୍ୟାଲଘୁ କଂଗ୍ରେସ ଓ ବିଜେପି କର୍ମୀ ନବୀନ ନିବାସରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।
from Odisha Reporter http://bit.ly/2GmCg4b
No comments:
Post a Comment