
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ସେ ବିଜେଡିରେ ଯୋଗ ଦେଇଛନ୍ତି।
ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ପାଳନ କରିବେ ଓ କୌଣସି ପ୍ରଲୋଭନରେ ସେ ବିଜେଡିରେ ଯୋଗ ଦେଇନାହାନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସରୁ ଟିକେଟ୍ ପାଇବା ପାଇଁ ଶ୍ରୀମତୀ ଜେନା ନିଜର ସମର୍ଥକଙ୍କ ସହ କଂଗ୍ରେସ ଭବନ ଆଗରେ ଗତ କିଛିଦିନ ତଳେ ଧାରଣାରେ ବସିଥିଲେ। ତଥାପି କଂଗ୍ରେସ ତାଙ୍କୁ ଟିକେଟ୍ ଦେଇନଥିଲା। ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବୟାନ ଦେବାସହ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆଣି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଜେନା ଚଳିତ ନିର୍ବାଚନରେ ଟିକେଟ୍ ଆଶାୟୀ ଥିଲେ। ସେ ପ୍ରଦେଶ କଂଗ୍ରେସର ସଭାନେତ୍ରୀ ପଦବୀରେ ଥାଇ ମଧ୍ୟ ବିଜେଡି ସହ ଯୋଗସୂତ୍ରରେ ରହିଥିଲେ। ଯେଉଁଥିପାଇଁ କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ସେ ବିଜେଡିରେ ସାମିଲ ହୋଇପାରିଛନ୍ତି।
from Odisha Reporter http://bit.ly/2uXwX6i
No comments:
Post a Comment