ସିନେମା ହଲରୁ ‘ବିଜୁବାବୁ’ ଫିଲ୍ମକୁ ହଟାଇବାକୁ ଦାବି କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ସିନେମା ହଲରୁ ‘ବିଜୁବାବୁ’ ଫିଲ୍ମକୁ ହଟାଇବାକୁ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ବିଜୁବାବୁ’କୁ ରାଜ୍ୟର ସମସ୍ତ ସିନେମା ହଲରୁ ହଟାଇବା ପାଇଁ ବିଜେପି ଦାବି କରିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଏନେଇ ବିଧିବଦ୍ଧ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ସହ ଦାବି କରିଛନ୍ତି।

ବିଜେପି ଅଭିଯୋଗ କରିଛି ଯେ, ଏହି ସିନେମା ମାର୍ଚ୍ଚ ୧ ତାରିଖରୁ ରିଲିଜ ହୋଇଥିବାବେଳେ ଉକ୍ତ ଫିଲ୍ମର ମୁଖ୍ୟ ନାୟକ ଭାବେ ଅନୁଭବ ମହାନ୍ତି ଅଭିନୟ କରିଛନ୍ତି। ଶ୍ରୀ ମହାନ୍ତି ଏବେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଏହି ସିନେମା ମାଧ୍ୟମରେ ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତି ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି। ଫିଲ୍ମର ନାଁ ‘ବିଜୁବାବୁ’ ଓ ଦଳର ନାଁ ବିଜୁ ଜନତା ଦଳ। ‘ବିଜୁ ବାବୁ’ ଫିଲ୍ମ ମାଧ୍ୟମରେ ଭୋଟ ହାତେଇବାକୁ ବିଜେଡି ପ୍ରୟାସ କରୁଛି। ବିଜୁ ପଟ୍ଟନାୟକ ଓଡିଶା ଲୋକଙ୍କ ପ୍ରିୟ ନେତା ଥିଲେ। ଏବେ ତାଙ୍କ ନାଁ ରେ ଏହି ଫିଲ୍ମ ତିଆରି ହୋଇଥିବାରୁ ସାଧାରଣ ଲୋକମାନେ ଏଥିରେ ପ୍ରଭାବିତ ହେଉଛନ୍ତି।

ଏହା କେବଳ ଏକ ଫିଲ୍ମ ନୁହେଁ, ବରଂ ଏହାଦ୍ୱାରା ବିଜୁ ନାଁ ରେ ବିଜେଡି ନିର୍ବାଚନ ପ୍ରଚାର କରୁଛି। ଏହା ସଂପୂର୍ଣ୍ଣରୂପେ ବେଆଇନ ଏବଂ ଭାରତୀୟ ଦଣ୍ଡ ବିଧାନ ଧାରା ୧୭୧(ମ ) ଏବଂ ୧୭୧(ଲ ) ଅନୁଯାୟୀ ଆଇନତଃ ଅପରାଧ। ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଫିଲ୍ମ ପ୍ରସ୍ତୁତ ହୋଇଛି। ଏହି ସିନେମାଟି ବେଆଇନ ଏବଂ ବିଜେଡିର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ। ଏହା ସମଗ୍ର ଓଡ଼ିଶାର ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପିର ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଜୟନ୍ତ ଜେନା ଓ ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।



from Odisha Reporter http://bit.ly/2OY9Pxz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages