‘ଫୋନି’ : କ’ଣ କହୁଛନ୍ତି ଆମେରିକାର ପାଣିପାଗ ବିଶେଷଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

‘ଫୋନି’ : କ’ଣ କହୁଛନ୍ତି ଆମେରିକାର ପାଣିପାଗ ବିଶେଷଜ୍ଞ

ୱାଶିଂଟନ୍‌: ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫୋନି’କୁ ନେଇ ଆମେରିକାର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟର ତା’ର ପୂର୍ବାନୁମାନ କରିଛି। ଏହି ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ, ‘ଫୋନି’ ପୁରୀ ରେ ସବୁଠାରୁ ଅଧିକ କ୍ଷତି ଘଟାଇବ।

ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଫୋନି ଅତି ଭୟଙ୍କର ରୂପ ଧାରଣ କରି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଦେଇ ଗତି କରିବ। ଏହାପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ମୁହାଁ ହେବ। ଏହା ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଗୋପାଳପୁର ଓ ପୁରୀ ଉପକୂଳ ଅତିକ୍ରମ କରି ଦକ୍ଷିଣ ଦିଗରେ ଗତି କରିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସେହିପରି ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୨୧୨ କିମି ରହିବ। ବେଳେ ବେଳେ ପବନର ଗତି ୨୬୦ କିମି ମଧ୍ୟ ଛୁଇଁପାରେ। ତେଣୁ ଏହାଦ୍ୱାରା ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଛି। କିନ୍ତୁ ଏହା ସୁପର ସାଇକ୍ଲୋନରେ ପରିଣତ ହେବା ଆଗରୁ ଦୁର୍ବଳ ହୋଇଯିବ ବୋଲି କୁହାଯାଇଛି।



from Odisha Reporter http://bit.ly/2GJC9Qr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages